ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ବିୟୋଗରେ ଉଦୟବଟ ତରଫରୁ ଶୋକ

ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ): ଅଗ୍ରଣୀ ସମ୍ବାଦପତ୍ର ସମାଜର ସହ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ଗତକାଲି ବିଳମ୍ବିତ ରାତିରେ ଦେହ ତ୍ୟାଗ କରିଛନ୍ତି । ତାଙ୍କର ମୃତ୍ୟୁରେ ବ୍ୟାସନଗରରୁ ପ୍ରକାଶ ପାଉଥିବା ମାସିକ ସମ୍ବାଦ ଭିତିକ ପତ୍ରିକା ‘ଉଦୟବଟ’ର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଆବାହକତ୍ୱରେ ଏକ ଶୋକ ସଭା ଆଜି ପୂର୍ବାହ୍ନରେ ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ କଟକର ବରିଷ୍ଠ ନାଗରିକ ସଂଘର ଜଣେ ସକ୍ରିୟ ସଦସ୍ୟ ଥିଲେ । ସେ ବିଭିନ୍ନ ପତ୍ରପତ୍ରିକାରେ ଜଣେ ସ୍ତମ୍ଭକାର ଭାବେ ବେଶ୍ ଜଣାଶୁଣା । ସେ ଦୀର୍ଘ ଏକ ମାସ ହେବ ଅସୁସ୍ଥ ହୋଇ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ଧର୍ମପତ୍ନୀ ଏବଂ ତିନି ପୁତ୍ର ଉପସ୍ଥିତ ଥିଲେ । କଟକ ଜିଲ୍ଲାର ସତୀଚଉରାରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରାଯାଇଥିଲା । ସେ ତାଙ୍କ କାର୍ଯ୍ୟକାଳ ଭିତରେ ଅତି ନିର୍ଭିକ ଭାବେ କଲମ ଚାଳନା କରି ଜଣେ ସଚ୍ଚୋଟ ସାମ୍ବାଦିକତାର କାର୍ଯ୍ୟ ନିର୍ବାହ କରିଥିଲେ । ଏହି ଶୋକ ସଭାରେ ଉଦୟବଟର ବିଦ୍ୟୁତ୍‌ପ୍ରଭା ରାୟ, ବିଭୁତି ଭୂଷଣ ଜେନା, ପ୍ରଫୁଲ୍ଲ ବାରିକ, ନବୀନ ନିବାସର ପୂର୍ବତନ କର୍ମଚାରୀ କୁଶ ଚରଣ ସାହୁ, ସୁମନ ରାୟ, ବିଜୟ କୁମାର ଦାଶ, ଗୋଲକ ଚନ୍ଦ୍ର ସାହୁ, ବିଦ୍ୟାଧର ଜେନା, ସୁମିତ୍ରା ମିଶ୍ର, ଲିପ୍ସାରାଣୀ ବାଇ ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close