ଯାଜପୁର ଜିଲ୍ଲାର ୭ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

ଯାଜପୁର,୦୬/୦୧(ଉ. ନ୍ୟୁଜ୍ ବ୍ୟୁରୋ): ଚଳିତ ଜାନୁଆରୀ ୫ ତାରିଖ ପୂର୍ବାହ୍ନରେ ଭୋଟର ପଂଜୀକରଣ ଅଧିକାରୀ ତଥା ଉପଜିଲ୍ଳ୍‌ାପାଳ ଏବଂ ଉପଖଣ୍ଡ ମାଜିଷ୍ଟ୍ରେଟ୍ ଗୋପୀନାଥ କୁଅଁରଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଚୂଡାନ୍ତ ଭୋଟର ତାଲିକା-୨୦୨୪ ପ୍ରକାଶ ପାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଭାରତର ନିର୍ବାଚନ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ତା୦୧/୦୧/୨୦୨୪କୁ ୧୮ବର୍ଷ ବୟସ ସୂଚାଙ୍କ ଧରାଯାଇ ଯୋଗ୍ୟ ଭୋଟରମାନଙ୍କ ସମେତ ତା୦୫/୦୧/୨୦୨୪ରିଖରେ ଏହି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଏହି କ୍ରମେ ଯାଜପୁର ଜିଲ୍ଲାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ୪୮-ବିଂଝାରପୁର(ଅନୁସୂଚିତ ଜାତି), ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ଏହିଭଳି ୭ ଗୋଟି ନିର୍ବାଚନ ମଣ୍ଡଳୀକୁ ନେଇ ମୋଟ ୧୫ଲକ୍ଷ ୩୦ ହଜାର ୨୪୦ ଭୋଟରମାନଙ୍କ ତାଲିକା ପ୍ରକାଶ ପାଇଛି ବୋଲି ଭୋଟର ପଂଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଗୋପୀନାଥ କୁଅଁର ପ୍ରକାକରିଛନ୍ତି 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close