ଯାଜପୁରରେ ୨୦୨୩ ଡିସେମ୍ୱର ମାସର ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟସୂଚୀ

ଯାଜପୁର, ତା ୦୨ା୧୨(ଉ.ନ୍ୟୁଜ ବ୍ୟୁରୋ): ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚକ୍ରୱର୍ତୀ ସିଂହ ରାଠୋର ଏବଂ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟସୂଚୀ ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ବ୍ଲକରେ ଅନୁଷ୍ଠିତ ହେବାପାଇଁ କାର୍ଯ୍ୟକ୍ରମ ସ୍ଥିିରିକୃତ ହୋଇଅଚ୍ଥି । ସ୍ଥିରିକୃତ କାର୍ଯ୍ୟସୂଚୀ ଅନୁଯାୟୀ ଡିସେମ୍ୱର ମାସ ୦୪ ତାରିଖ ସୋମବାର ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ, ୧୧ ତାରିଖ ସୋମବାର ବରୀ ବ୍ଲକ କାର୍ଯ୍ୟାଳୟଠାରେ, ୧୮ ତାରିଖ ସୋମବାର ବଡଚଣା ବ୍ଲକ କାର୍ଯ୍ୟାଳୟଠାରେ, ୨୬ ତାରିଖ ମଙ୍ଗଳବାର ବିଂଝାରପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଦିବା ୧୦ ଘଟିକାଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ । ଉକ୍ତ ଅଭିଯୋଗ ଶୁଣାଣି ଗୁଡିକରେ ଜିଲ୍ଲାର ବି.ଡି.ଓ., ତହସିଲଦାର, ଜିଲ୍ଲାର ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀମାନେ ଯୋଗ ଦେବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଚକ୍ରୱର୍ତୀ ସିଂହ ରାଠୋର ନିର୍ଦ୍ଦେଶ ଦେଇଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close