‘ମହାପାତ୍ର କନଷ୍ଟ୍ରକ୍‌ସନ୍‌ସ’ର ୧୨ତମ ବାର୍ଷିକୋତ୍ସବ ହୀରାପୁର ଠାରେ ପାଳିତ; ୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ପ୍ରତିଯୋଗିତା-୨୦୨୩

ବେଗୁନିଆ,୨୨/୧୧(ଉଦୟବଟ ନ୍ୟୁଜ୍ ବ୍ୟରୋ): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ହୀରାପୁର ଠାରେ ‘ମହାପାତ୍ର କନଷ୍ଟ୍ରକ୍‌ସନ୍‌ସ’ର ୧୨ତମ ବାର୍ଷିକୋତ୍ସବ ହୀରାପୁର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ନିର୍ମାଣ କ୍ଷେତ୍ରରେ ଭରସାଯୋଗ୍ୟ ପାଲଟୁଥିବା ଏବଂ ଗ୍ରାହକମାନଙ୍କୁ ସନ୍ତୋଷଜନକ ସେବା ଯୋଗାଉଥିବା ଏହି ସଂସ୍ଥାର ସତ୍ୱାଧିକାରୀ ସତ୍ୟରଂଜନ ମହାପାତ୍ର ସ୍ୱଳ୍ପ ବୟସରେ ତାଙ୍କ ସଂସ୍ଥାରେ ୨୦୦ରୁ ଉର୍ଦ୍ଧ ଇଞ୍ଜିନିୟର, କର୍ମଚାରୀ ଓ ଶ୍ରମିକ ଆଦିଙ୍କୁ କର୍ମନିୟୋଜନ ଯୋଗାଇଦେଇ ପ୍ରଂଶସାର ପାତ୍ର ପାଲଟିଥିବା ବେଳେ ଯୁବ ସମାଜରେ ଉଦାହରଣ ସାଜିଛନ୍ତି । ମେସର୍ସ ‘ମହାପାତ୍ର କନଷ୍ଟ୍ରକ୍‌ସନ୍‌ସ’ର ମୁଖ୍ୟ କାର୍ଯ୍ୟକ୍ଷେତ୍ର ଭୁବନେଶ୍ୱର ହୋଇଥିବା ବେଳେ ଏହାର ପ୍ରୋପାଇଟର କିନ୍ତୁ ତାଙ୍କ ନିଜ ଗାଁରେ ବାର୍ଷିକ ଉତ୍ସବ ପାଳିଥାନ୍ତି । ଗ୍ରାମରେ ଥିବା ସମସ୍ତ ଦେବ ଦେବୀମାନଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଉତ୍ସବରେ ଗ୍ରାମବାସୀ, ଆଖପାଖ ଅଂଚଳର ବହୁ ଜନସାଧାରଣଙ୍କ ସମେତ ରାଜନେତାମାନେ ଯୋଗ ଦେଇଥିଲେ । ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ୰ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ତଥା କଂଗ୍ରେସ ନେତା ପୃଥିବଲ୍ଲଭ ପଟ୍ଟନାୟକ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଅନ୍ୟତମ ସମ୍ମାନିତ ଅତିଥି ବାଲୁଗାଁ, ନୟାଗଡ଼ ଓ ହିଂଜିଳିକାଟୁ ପୈାର ପରିଷଦର ଅବସରପ୍ରାପ୍ତ ନିର୍ବାହୀ ଅଧିକାରୀ ଗଜେନ୍ଦ୍ର ପଟ୍ଟନାୟକ, ସନ୍ତୋଷ କୁମାର ଖୁଂଟିଆ, ‘ସିକା’ କମ୍ପାନୀର ବରିଷ୍ଠ ଅଧିକାରୀ ପରେଶ କୁମାର ପ୍ରମୁଖ ଯୋଗ ଦେଇ ‘ମହାପାତ୍ର କନଷ୍ଟ୍ରକ୍‌ସନ୍‌ସ’ର ସଫଳତା ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସତ୍ୟରଂଜନଙ୍କ ପିତା ରବୀନ୍ଦ୍ର କୁମାର ମହାପାତ୍ର ସହାୟତା କରିଥିଲେ । ଏହି ଅବସରରେ ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା, ପୂର୍ବତନ ବିଧାୟକ ତଥା ଓଡ଼ିଶାର ବିଶିଷ୍ଠ ଜନନେତା ‘୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ପ୍ରତିଯୋଗିତା-୨୦୨୩’ର କେତେକ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
  ଏହାର ପରଦିନ ନିକଟସ୍ଥ ମାଆ ‘ରାମଚଣ୍ଡୀ’ ଏବଂ ନୟାଗଡ଼ ଜିଲ୍ଲା ରଣପୁରର ପ୍ରଭୂ ‘ଜଗନ୍ନାଥ’ଙ୍କ ନିକଟରେ ‘ମହାପାତ୍ର କନଷ୍ଟ୍ରକ୍‌ସନ୍‌ସ’ ଏବଂ ‘ଉଦୟବଟ’ର ମଂଗଳ କାମନା କରି ସ୍ୱତନ୍ତ୍ର ପୂଜା କରାଯାଇଥିଲା । ଏଥିରେ ‘ମହାପାତ୍ର କନଷ୍ଟ୍ରକ୍‌ସନ୍‌ସ’ର ପ୍ରୋପାଇଟର ସତ୍ୟରଂଜନ ମହାପାତ୍ର ଏବଂ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close