୭୦ତମ ନିଖିଳ ଭାରତ ସମବାୟ ସପ୍ତାହ ମହୋତ୍ସବ-୨୦୨୩ ପାଳିତ

ଯାଜପୁର, ତା ୧୮ା୧୧(ଉ. ନ୍ୟୁଜ୍ ବ୍ୟୁରୋ): ଆଜି ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମା ସନ୍ନିକଟ ସୁନ୍ଦରପୁରଠାରେ ଥିବା ସହକାରୀ ନିବନ୍ଧକ, ସମବାୟ ସମିତି ସମୁହ, ଯାଜପୁର ମଣ୍ଡଳ, ଯାଜପୁରଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ, ଯାଜପୁର ଓ ସମବାୟ ବିଭାଗ, ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ୭୦ତମ ନିଖିଳ ଭାରତ ସମବାୟ ସପ୍ତାହ ମହୋତ୍ସବ-୨୦୨୩ ପାଳିତ ହୋଇଯାଇଅଚ୍ଥି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉଦିପ୍ତ କୁମାର ତ୍ରିପାଠୀ ମା’ ବିରଜାଙ୍କ ଫଟୋରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । ଶ୍ରୀ ତ୍ରିପାଠୀ ତାଙ୍କ ଅଭିଭାଷଣରେ କହିଲେ ଯେ, କୃଷି ଓ ସମବାୟ ବିଭାଗ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଏହା ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡିତ । ଚାଷୀ ମାନଙ୍କ ନିକଟରେ ସରକାରଙ୍କ ପ୍ରଣିତ ଯୋଜନାର ସୁଫଳ ପହଂଚାଇବାକୁ ହେଲେ ଜିଲ୍ଲାରେ ଥିବା ସମସ୍ତ ପ୍ୟାକ୍ସ ନିଶ୍ୱାର୍ଥପର ଭାବେ ସେବା ଯୋଗାଇ ଦେବାକୁ ସେ ଆହ୍ୱାନ ଦେଇଥିଲେ । ସେହିପରି ଖରିଫ ଚାଷ, ରବି ଚାଷ ସମୟରେ ଚାଷୀମାନଙ୍କୁ ଋଣ ଯୋଗାଇବା ଏବଂ ସାର, ବିହନ ଆଦି କୃଷି ଯନ୍ତ୍ରପାତି ପ୍ରଦାନ ଦିଗରେ ଗୁରୁତ୍ୱାରୋପ କରିଥିଲେ । ସହକାରୀ ନିବନ୍ଧକ, ସମବାୟ ସମିତି ଶରତ ଚନ୍ଦ୍ର ମଲ୍ଳିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ସମ୍ମାନିତ ଅତିଥି ଭାବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଷଦ ମଣ୍ଡଳୀ ସଭ୍ୟ ଶରତ ଚନ୍ଦ୍ର ସାହୁ, ଦୁଃଶାସନ ସାହୁ, କେଶବ ଚନ୍ଦ୍ର ସେଠୀ, ବିଜୟ କୁମାର ଦଳାଇ ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଯୋଗଦେଇ ସମବାୟ ଆନ୍ଦୋଳନର ପୃଷ୍ଠପୋଷକତା ସ୍ୱର୍ଗତ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ତ୍ୟାଗ ଓ ଆଦର୍ଶ ସମ୍ୱନ୍ଧରେ ବକ୍ତବ୍ୟ ରଖିବା ସହ ସମବାୟ ସେବାକୁ ତୃଣମୂଳ ସ୍ତରରେ ପହଂଚାଇ କୃଷକ, ଚାଷୀ ଏବଂ ବେକାର ଯୁବକ, ଯୁବତୀମାନଙ୍କ ଜୀବନ ଜୀବିକା ଉନ୍ନତମାନର ଗଢି ତୋଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ । ଏଥି ସହିତ ଅତିଥିମାନେ “କୃଷି କଲେ ଉନ୍ନତି, ସକଳ ଉନ୍ନତ” ର ବାର୍ତା ବ୍ୟାପକ ପ୍ରଚାର, ପ୍ରସାର କରିବାକୁ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ଉପ-ନିବନ୍ଧକ, ସମବାୟ ସମିତି ସମୂହ, କଟକ ପ୍ରଭାଗ-୨ ମୋନିକା ରାୟ ଯୋଗଦେଇ କହିଲେ ଯେ, ସମବାୟ ସମିତି ଗୁଡିକ ଋଣ ପ୍ରଦାନ, ବ୍ୟବସାୟୀକରଣ ଏବଂ ଚାଷୀ ଓ କୃଷକମାନଙ୍କୁ ପ୍ରୋତ୍ସାହନ ଦେବାରେ ଗୁରୁ ଦାୟିତ୍ୱ ରହିଚ୍ଥି ଏବଂ ଏହାକୁ ସେମାନେ ପ୍ରୋତ୍ସହନ ଦିଗରେ ପଂଚାୟତ କୃଷି ସମବାୟ ସମିତି ଗୁଡିକର ସଭାପତି ଓ ସମ୍ପାଦକ ମାନେ ସ୍ୱଚ୍ଚ୍ଥତା ବଜାୟ ରଖି ସମବାୟ ସେବା ପ୍ରଦାନ କଲେ ଯାଜପୁର ଜିଲ୍ଲା ରାଜ୍ୟରେ ଦୃଷ୍ଟାନ୍ତ ସୃଷ୍ଟି କରିବ ବୋଲି ସେ ଆହ୍ୱାନ ଦେଇଥିଲେ । ସଭାପତି ଭାଷଣରେ ସହକାରୀ ନିବନ୍ଧକ, ସମବାୟ ସମିତି, ଯାଜପୁର ମଣ୍ଡଳ ଶରତ ଚନ୍ଦ୍ର ମଲ୍ଳିକ ଜିଲ୍ଲାରେ କାର୍ଯ୍ୟ କରୁଥିବା ୧୨୨ ଗୋଟି ସୋସାଇଟିର କାର୍ଯ୍ୟଧାରା ଉପରେ ଆଲୋକପାତ କରି ୭୦ତମ ନିଖିଳ ଭାରତ ସମବାୟ ସପ୍ତାହ- ୨୦୨୩ ପାଳନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ୱନ୍ଧରେ ଅବଗତ କରାଇଥିଲେ । ଏଥିସହ ମଲ୍ଳିକ କହିଲେ ଯେ, ଜିଲ୍ଲାରେ ୩ ଲକ୍ଷ ୧୦ ହଜାର ସଭ୍ୟ/ସଭ୍ୟା ଥିବାବେଳେ ୨ ଲକ୍ଷ ୧୪ ହଜାର ସଭ୍ୟ/ସଭ୍ୟା ଋଣ କାରବାର କରୁଚ୍ଥନ୍ତି । ଚଳିତ ଖରିଫ ଋତୁରେ ୫୦ କୋଟିରୁ ଊର୍ଦ୍ଧ୍ୱ ଅର୍ଥ ବ୍ୟାବସାୟୀକରଣ ହୋଇଚ୍ଥି । ସମବାୟ ସମିତି ଭାତହାଣ୍ଡି କହିଲେ ଅତ୍ୟୁକ୍ତି ହେବନାହିଁ ଶ୍ରୀ ମଲ୍ଳିକ ଉତ୍‌ଥାପନ କରି ସରକାରଙ୍କ ବିଭିନ୍ନ ଋଣ ଯୋଜନା ସମ୍ୱନ୍ଧରେ ବକ୍ତବ୍ୟ ରଖିଥିଲେ । ସମାରୋହରେ ସ୍ୱପ୍ନେଶ୍ୱର କଳା ନିକେତନ ଚ୍ଥାତ୍ରଚ୍ଥାତ୍ରୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଚ୍ଥ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇଥିଲା । ୭୦ତମ ନିଖିଳ ଭାରତ ସମବାୟ ସପ୍ତାହ ମହୋତ୍ସବ-୨୦୨୩ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଅର୍ଥରାଶି ପ୍ରଦାନ ପୂର୍ବକ ଅତିଥିମାନେ ପୁରସ୍କୃତ କରିଥିଲେ । ସଭା ସଂଯୋଜନା ଉପ-ସହକାରୀ ନିବନ୍ଧକ, ଦେବେନ୍ଦ୍ର ନାୟକ ସମ୍ପାଦିତ କରିଥିବା ବେଳେ ଉପ-ସହକାରୀ ନିବନ୍ଧକ, ଭଗମତ ମାରାଣ୍ଡି ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଳକରେ ଥିବା ମୋଟ ୧୨୨ଗୋଟି ପଞ୍ଚାୟତ କୃଷି ସମବାୟ ସମିତିର ସଭାପତି, ସମ୍ପାଦକ, ଚାଷୀ, କୃଷକ, ବିଭାଗୀୟ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close