‘ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନ’ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବ୍ୟାସନଗର:  ପୌରପରିଷଦ ଅନ୍ତର୍ଗତ ସନ୍ତରା ସ୍ଥିତ ବ୍ୟାସଦେବ ସଂସ୍କୃତି ଭବନରେ ଆଜି ‘ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନ’ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସଙ୍ଘ ସଭାପତି ହାରାଧନ ବାନାର୍ଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ପ୍ରାକ୍ତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଉଦଘାଟନ କରି ରାଜ୍ୟ ତଥା ଦେଶର ଆର୍ଥିକ ସାମାଜିକ ବିକାଶରେ ସାମ୍ବାଦିକମାନେ ବ୍ରତୀ ହେଲେ ସମ।ଜର କଲ୍ୟାଣ ହେବ ବୋଲି ମତବ୍ୟକ୍ତ କରିଥିଲେ l ମୁଖ୍ୟ ଅତିଥି ଭାବେ କୋରାଇ ବିଧାୟକ ଅଶୋକ ବଳ ଯୋଗଦେଇ ସ୍ଥିତି ଓ ବାସ୍ତବିକତାକୁ ଅନୁଧ୍ୟାନ କରି ନୀତିନିଷ୍ଟ ଖବର ପରିବେଷଣ କଲେ ସାମ୍ବାଦିକତା ଦୀର୍ଘାସ୍ଥାୟୀ ହୁଏ । ଦକ୍ଷତା, ଯୋଗ୍ୟତା ଓ ସ୍ୱଛତା ନେଇ ସାମ୍ବାଦିକମାନେ ନିଜେ ସ୍ମରଣ କରିବା ଉଚ୍ଚିତ ବୋଲି ମତବ୍ୟକ୍ତ କରିଥିଲେ l ମୁଖ୍ୟ ମୁଖ୍ୟ ବକ୍ତା ଭାବେ ନିର୍ଭୟର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସ ଯୋଗଦେଇ ବ୍ୟାସ ବୈତରଣୀ ଓ ବିରଜା କ୍ଷେତ୍ରରେ କାର୍ଯ୍ୟକରୁଥିବା ଗଣମାଧ୍ୟମ ସମ।ଜ ବିକାଶରେ ନିଖୁଣ ବାସ୍ତବିକତାକୁ ପ୍ରତିପାଦନ କରିବା ସାରା ରାଜ୍ୟରେ ବିଦିତ ବୋଲି କହିଥିଲେ l ଗ୍ରାମ୍ୟ ପ୍ରଗତି ବନାମ ରାଜନୀତି ବିଷୟରେ ନିଜର ଚାଳିଶ ବର୍ଷର ସାମ୍ବାଦିକ ଅଭିଜ୍ଞତା ସମ୍ପର୍କରେ ଆଲୋକପାତ କରିଥିଲେ l ସ୍ୱାଧୀନତା ପୂର୍ବ ସାମ୍ବାଦିକ ମାନଙ୍କ ଜାତୀୟତାବୋଧ ଏବର ସାମ୍ବାଦିକଙ୍କ ଅନୁଶୀଳନ ହେବା ଉଚ୍ଚିତ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ସଂ।ସଦ ରାମଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ ଯେଉଁଦିନ ପାଠକ ମାନଙ୍କ ନିୟନ୍ତ୍ରଣରେ ଖବର କାଗଜ ଆସିବ ସେଦିନ ନିରପେକ୍ଷ ଖବର ଆଶା କରାଯାଇ ପରେ ବୋଲି ମତବ୍ୟକ୍ତ କରିଥିଲେ l ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ନିରାପତ୍ତା ଦିଗରେ ସରକାର ଯତ୍ନଶୀଳ ହେବାକୁ ମତବ୍ୟକ୍ତ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ର ଯୋଗଦେଇ ସାମ୍ବାଦିକ ମାନଙ୍କ ସଂଗ୍ରାମରତ ଜୀବନୀ ସମ।ଜକୁ ଦିଗଦର୍ଶନ ଦେଉଥିବା ବେଲେ ସେମାନଙ୍କ ସୁରକ୍ଷା ପ୍ରତି ସମାଜ ଯତ୍ନଶୀଳ ହେବା ଦରକାର ବୋଲି କହିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଯୋଗଦେଇ ସକାରାତ୍ମକ ଖବର ପରିବେଷଣ ପ୍ରକାଶ କରିବାକୁ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଥିଲେ l ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଉପଦେଷ୍ଟା ଉଦୟନାଥ ଖଣ୍ଡାଇ ପ୍ରାରମ୍ଭିକ ସୂଚନା ଦେଇଥିଲା ବେଳେ ଉପଦେଷ୍ଠା ଶରତ ପଥ।ଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇ ଜନାର୍ଦନ ରାଉତ, ନିରଞ୍ଜନ ଶତପଥି, ଡା ପ୍ରସନ୍ନ କୁମର ସାହୁ, ମହେଶ୍ୱର ବଳ, ଶରତ ଚନ୍ଦ୍ର ପୃଷ୍ଟି, ରବିନାରାୟଣ ପୁହାଣ, ନାରାୟଣ ଧୀର, ପ୍ରିୟଦର୍ଶୀ ମହାରଣା, ତେଜସ୍ୱନି ରାଉତ ପ୍ରମୁଖଙ୍କୁ ଉତ୍ସବରେ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମରେ ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନର ବରିଷ୍ଟ ଉପଦେଷ୍ଟା ବାବୁରାମ ଜେନା, ଉମାକାନ୍ତ ରାଉତ, ବିଜୟ କୁମାର ସାହୁ, ଦୁଷ୍ମନ୍ତ ରାଉତ, ପ୍ରଦ୍ୟୁମ୍ନ ବୋଇତାଇ, ଦେବେନ୍ଦ୍ର ନାୟକ, ଭାରତ ରାଉତ, ଯଜ୍ଞଦତ୍ତ ତ୍ରିପାଠୀ, ପ୍ରଶାନ୍ତ କୁମାର ପାତ୍ର, କୈଳାଶ ଚନ୍ଦ୍ର ରାଉତ, ବିଶ୍ୱରଂଜନ ପଟ୍ଟନାୟକ, ଜ୍ଞାନରଞ୍ଜନ ରାଉତ ଓ ସୁଦୀପ୍ତ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ଉତ୍ସବରେ ବିଦ୍ୟାଧର ମହାନ୍ତି, ପ୍ରଫୁଲ ନାୟକ, ବିବେକାନନ୍ଦ ମହାନ୍ତି, ସୁବାସ ବଳ, ସଦାଶିବ ଦାସ, ହୃଦାନନ୍ଦ ସାମଲ, ଆଲୋକ ମହାନ୍ତି, ଦିଲିପ ମଲ୍ଲିକ, ସନ୍ତୋଷ ମହାନ୍ତି, ରାକେଶ ରାଉତ, ନରେଶ ମିଶ୍ର, ଶିଶିର ରାଉତ, ପ୍ରମୋଦ ରାଉତ, ଦେବଦତ୍ତ ଜେନା, ବିଚିତ୍ର କୁମାର ବଳ, ତପନ ନାୟକ, ବିକାଶ ଆଇଚ, ପପୁ ଖୁଣ୍ଟିଆ, ଅନୁପ ନାୟକ, ମନୋଜ ପରିଡା, ଭାରତ ଓଝା, ରବୀନ୍ଦ୍ର ରାଉତ, ରଶ୍ମିତା ଖୁଣ୍ଟିଆ, ଜୟନ୍ତୀ ଜେନା ଓ ଅମୂଲୀ ପହି ପ୍ରମୁଖ ଯୋଗଦେଇଥିଲା ବେଲେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଏସ୍ ୟୁ ଜେ ସଭାପତି କୈଳାଶ ଚନ୍ଦ୍ର ନାୟକ, ସୁଭାଷ ଧଳ, ରତିକାନ୍ତ ପାଢ଼ୀ, ପ୍ରକାଶ ରାଉତ, ଜ୍ଞାନରଞ୍ଜନ ଓଝା, ସୁଜିତ ମଲିକ, ବିକ୍ରମକେଶରୀ ସାହୁ, ସନ୍ତୋଷ ସାହୁ, ଜିତେନ୍ଦ୍ର ସାହୁ, ପ୍ରଦୀପ ଚାନ୍ଦ, ବିପ୍ଳବ ପଣ୍ଡା, ଶ୍ରୀକାନ୍ତ ମହାପାତ୍ର, ଚନ୍ଦ୍ରକାନ୍ତ ପତି, ପୀତବାସ ଭୂୟାଁ, ପବିତ୍ରମୋହନ ରାଉତରାୟ, ରଜତ ସାହାଙ୍କ ସମେତ ବହୁ ସାମ୍ବାଦିକ ଯୋଗଦେଇଥିଲେ l ଟାଟା ଷ୍ଟିଲର ବରିଷ୍ଟ ଅଧିକାରୀ ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ସମେତ ବହୁ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close