କାନପୁରର ଷଷ୍ଠ ବାର୍ଷିକ ଦୁର୍ଗାପୂଜାରେ ମା’ଙ୍କର ଅଷ୍ଟମୀ ପୂଜା ଅନୁଷ୍ଠିତ
କାନପୁର; ୨୨/୧୦(ନି ପ୍ର) : କେନ୍ଦୁଝର ଜିଲ୍ଲା ସୋସୋ ପଞ୍ଚାୟତ କାନପୁର ଗ୍ରାମ କହ୍ନେଶ୍ୱର ମନ୍ଦିରରେ ନିକଟରେ ସାର୍ବଜାନୀନ ଷଷ୍ଠ ବାର୍ଷିକ ଦୁର୍ଗାପୁଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମାଙ୍କର ଅଷ୍ଟମୀ ପୂଜା ଯଥାବିଧି ଅନୁସାରେ ସମାପନ ହୋଇଛି। ଅଷ୍ଟମୀର ଏହି ପୁଣ୍ୟ ତିଥିରେ ଶତାଧିକ ଭକ୍ତ ମେଳରେ ଘଣ୍ଟ କର ତାଳିରେ କମ୍ପିଉଠିଥିଲା ଗ୍ରାମାଞ୍ଚଳ। ମାଙ୍କ ଆଶିର୍ବାଦ ପାଇଁ ଦୂର ଦୁରାନ୍ତର ଗ୍ରାମରୁ ଛୁଟି ଆସିଥିଲେ ଭକ୍ତ। ଅତି ଆନନ୍ଦ ଉତ୍ସାହ ସହ ଜନ ଗହଳିରେ ପୁରି ଉଠିଥିଲା ମାଙ୍କ ପୂଜା ମଣ୍ଡପ। ସମସ୍ତଙ୍କ ମୁଖରେ ଭକ୍ତିପୂର୍ଣ୍ଣ ବାତାବରଣ ଖେଳିଯାଇଥିଲା। ଉକ୍ତ ପୂଜା ରେ କର୍ତ୍ତା ଭାବେ ଶ୍ରୀ ଅର୍ନ୍ତଜ୍ଯାମି ରାଉତ(ଗୈାରା) ମୁଖ୍ୟ କଳସ ଆଣି ଥିଲେ। ପୂଜାକାନ୍ତିରେ କମିଟିର ସଭାପତି ଶ୍ରୀ ନିଳମଣୀ ଧଳ, ସମ୍ପାଦକ ଶ୍ରୀ ବିଜୟ କୁମାର ଜେନା,ସଭ୍ଯ ଦେବାଶିଷ ରାଉତ(ମାନୁଆ) ଗୌରାଙ୍ଗ ଚରଣ ରାଉତ,ଶତୃଘନ ରାଉତ,ଗୌରାଙ୍ଗ ଚରଣ ବାରିକ,ରତିକାନ୍ତ ରାଉତ,ବସନ୍ତ ଧଳ ,ଶତୃଘନ ମହାରଣା,ବସନ୍ତ ମହାରଣା, ନିରଞ୍ଜନ ଜେନା, ଗଣେଷ ଚନ୍ଦ୍ର ଜେନା, ପ୍ରଫୁଲ୍ଲ କୁମାର ଜେନା,ଅମର କୁମାର ଜେନା,ଚୈତନ୍ଯ ମହାପାତ୍ର,ଉତ୍ତମ ବେହେରା,ଉପେନ୍ଦ୍ର ବେହେରା,ବିଜୟ କୁମାର ଧଳ,ଧର୍ମପଦ ବେହେରା,ପୁର୍ଣଚନ୍ଦ୍ର ଜେନା,ଅଭିରାମ ରାଉତ,ସାମ୍ବାଦିକ ବିଶ୍ୱରଞ୍ଜନ ପାଣିଗ୍ରାହୀ ପ୍ରମୂଖ ମାଙ୍କ ଦର୍ଶନଲାଭ ନିମନ୍ତେ ଭକ୍ତ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ଭାବରେ ପରିଚାଳନା ଦାୟିତ୍ୱ ନିଭାଇଥିଲେ। ପୂଜକ ଶ୍ରୀ ଭକ୍ତ ଚରଣ ଶତପଥୀ ,ସୁବାସ ଚନ୍ଦ୍ର ଦାସ, ମନ୍ଦିର ପୂଜକ ଜ୍ଞାନ ରଞ୍ଜନ ପାଣିଗ୍ରାହୀ ପୂଜାକାର୍ଯ୍ଯ ସୁଚାରୁରୂପେ ତୁଲାଇଥିଲେ। ପୂଜାକାନ୍ତି ରେ କମିଟିର ସମସ୍ତ ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ।