ପାଣ୍ଡିଆନଙ୍କୁ ଶାହା ଧମକାଇବା ବିଶ୍ୱାସ ଯୋଗ୍ୟ ନୁହେଁ

ଭୁବନେଶ୍ୱର, ୧୧ା୧୦(ଉ. ନ୍ୟୁଜ୍ ବ୍ୟୁରୋ): ଗତ ଅଗଷ୍ଟ ମାସରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିଥିବା ବେଳେ ଗୋଟିଏ ହୋଟେଲ ରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନଙ୍କୁ ଧମକାଇବା ଘଟଣା ବିଶ୍ୱାସ ଯୋଗ୍ୟ ନୁହେଁ । ବରଂ ମାନ୍ୟବର ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀଙ୍କୁ ପଠାଇ ବିଜେପି ଦଳକୁ ଦୟାପୂର୍ବକ କେତୋଟି ସିଟ ଛାଡିବା ପାଇଁ ଅନୁରୋଧ କରିଥାଇ ପାରନ୍ତି ବୋଲି ଓଡ଼ିଶାବାସୀ ବିଶ୍ୱାସ କରୁଛନ୍ତି । ବିଜେପି ଦଳ ନବୀନ ପଟ୍ଟନାୟକଙ୍କ ଦୟାରେ ଲୋକସଭା, ରାଜ୍ୟସଭା ଏବଂ ବିଧାନସଭାରେ ପ୍ରତିନିଧିତ୍ୱ ପାଏ ଏବଂ ମନ୍ତ୍ରୀ ପଦ ପାଇ ଓଡ଼ିଶାର ଲୁଟ କରେ, ସାଂପ୍ରତିକ ରାଜନୈତୀକ ପରିସ୍ଥିତିରେ ସର୍ବଭାରତୀୟ ସ୍ତରରେ କଂଗ୍ରେସ ଦଳର କ୍ରମବଦ୍ଧିଷ୍ଣୁ ଜନମତରେ ଭୟଭୀତ ହୋଇ ମାନ୍ୟବର ନରେନ୍ଦ୍ର ମୋଦି ଓ ଅମିତ ଶାହା ଶେଷକୁ ଭି.କେ ପାଣ୍ଡିଆନଙ୍କ ଶରଣ ପଶିବା ଦୁଃଖଦାୟକ ବୋଲି ଶ୍ରୀ ରାଉତ କହିଛନ୍ତି । ତେବେ ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହା ଏହା ଉପରେ ଏକ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଇଣ୍ଡିଆନ ସିଟିଜେନ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close