ଯାଜପୁରରୋଡ଼ ଇନ୍ଦିରା ଗାନ୍ଧୀ ମହିଳା (କନିଷ୍ଠ) ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ତରଫରୁ ସାଇବର ସଚେତନତା କାର୍ଯ୍ୟକ୍ରମ

ବ୍ୟାସନଗର, ୦୭/୧୦(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ମହିଳା (କନିଷ୍ଠ) ମହାବିଦ୍ୟାଳୟଯୁବ ରେଡ଼କ୍ରସ ତରଫରୁ ଅଧ୍ୟକ୍ଷା ପଙ୍କଜିନୀ ପାଣିଙ୍କ ଅଧ୍ୟକ୍ଷତାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡ୍ରକ୍ରସର ଆବାହକ ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଯୁବ ରେଡ଼କ୍ରସର ସ୍ୱେଚ୍ଛାସେବୀମାନଙ୍କୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୂଖ୍ୟ ସଂପର୍କରେ କହିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ପଙ୍କଜିନୀ ପାଣି ନିଜ ବକ୍ତବ୍ୟରେ ସାଇବର ସଚେତନତା ଅପରିହାର୍ଯ୍ୟତା ସଂପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପିକା ଦେବଜାନୀ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାଇବର ସୁରକ୍ଷାର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ । ଇଂରାଜୀ ବିଭାଗର ପ୍ରାଧ୍ୟାପିକା ଲଳିତା ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାସେବୀମାନେ ସାଇବର ସୁରକ୍ଷା ସଂପର୍କରେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇବା ସଂପର୍କରେ ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ଜ୍ୟୋତିପ୍ରକାଶ ରାଉତ, ଚିତ୍ତରଂଜନ ବଳ, ଗୋବର୍ଦ୍ଧନ ନାୟକ, ହୃଷିକେଶ ତ୍ରିପାଠୀ, ଅଧ୍ୟାପିକା ଆନନ୍ଦମୟୀ ସାହୁ, ମମତାମୟୀ ଦାଶ, ଅନିମା ପ୍ରଧାନ ପ୍ରମୁଖ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close