‘ବିଶ୍ୱ ଓଡ଼ିଆ ମହାସଂଘ’ର ବାର୍ଷିକ ଅଧିବେଶନ ପାରାଦୀପଠାରେ ଅନୁଷ୍ଠିତ

ପାରାଦୀପ: ‘ବିଶ୍ୱ ଓଡ଼ିଆ ମହାସଂଘ’ ତରଫରୁ ଏକ ବୈଠକ ପାରାଦ୍ୱୀପସ୍ଥିତ ଚଉମୁହାଣୀ ଡ଼ାକ ବଙ୍ଗଳାରେ ସଂଘର ସଭାପତି ଡ଼ଃ. ସୁରେନ୍ଦ୍ରନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜଗତସିଂହପୁରର ପୂର୍ବତନ ସାସଂଦ ଡ଼ଃ. କୁଳମଣୀ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗନଦାନ କରି ‘ବିଶ୍ୱ ଓଡ଼ିଆ ମହାସଂଘ’ ସାରା ଓଡ଼ିଶା କାହିଁକି ବିଶ୍ୱରେ ବସବାସ କରୁଥିବା ଓଡ଼ିଆ ଭାଇଭଉଣୀମାନଙ୍କର ସ୍ୱାସ୍ଥ୍ୟ, ସଂସ୍କୃତି, ଶିକ୍ଷା ଓ ସ୍ୱାର୍ଥ ସମନ୍ୱୟ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଜାରୀ ରଖିଥିବାରୁ ସେ ଏହାର ଭୁୟସୀ ପ୍ରସଂଶା କରିଥିଲେ । ସଂଘର ସଭାପତି ଡ଼ଃ. ମହାପାତ୍ରଙ୍କର କାର୍ଯ୍ୟ ଦକ୍ଷତାର ଉଚ୍ଚ ପ୍ରସଂଶା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପଦେଷ୍ଟା ଦେବେନ୍ଦ୍ର କୁମାର ମଲ୍ଲିକ (ଆତ୍ମା ଜିଲ୍ଲା ସଭାପତି) ବିପିନ ମହାରଣା, ପୁର୍ବତନ କୁଜଙ୍କ ବ୍ଲକ ଅଧ୍ୟକ୍ଷ ସ୍ମୃତି ରଂଜନ ବେହେରା (ବାପୁଜୀ) ଯୁବ ସମାଜ ସେବକ ମଧ୍ୟରୁ ଯଶୋବନ୍ତ ରାଉତ, ତପନ ସ୍ୱାଇଁ, ସତ୍ୟପ୍ରକାଶ ମହାନ୍ତି, ପବିତ୍ର ପଟ୍ଟନାୟକ ଏବଂ ବିଶ୍ୱ ଓଡ଼ିଆ ମହାସଂଘର ରାଜ୍ୟ ସଂଯୋଜିକା ସୁସ୍ମିତା ମହାନ୍ତି, ସଂଘର ସାଧାରଣ ସମ୍ପାଦକ ରୁଦ୍ର ନାରାୟଣ ଦାଶ, ଉପସଭାପତି ରାମକୃଷ୍ଣ ପାଢ଼ୀ, ମାନସ ପଟ୍ଟନାୟକ, ପ୍ରକାଶ ମଲ୍ଲିକ, ଶାନ୍ତିଲତା ଦ୍ୱୀବେଦୀ, ଚିତରଂଜନ ରାଉଳ, ଶ୍ୟାମ ସୁନ୍ଦର ଭୋଇ, ସ୍ୱପ୍ନସରିତ ରାଟସିଂହ ପ୍ରମୁଖ ଯୋଗଦାନ କରି ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଆସନ୍ତା ଅକ୍ଟୋବର ମାସରେ ରାଜ୍ୟସ୍ତରୀୟ ବିଶ୍ୱ ଓଡ଼ିଆ ମହାସଂଘର ଏକ ରାଜ୍ୟ ସମ୍ମିଳନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଶେଷରେ ସଂଘର ଉପ-ସଭାପତି ତଥା ସରପଂଚ (ନୁଆଗଡ଼) ଦେବେନ୍ଦ୍ର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close