ବିଜେପି ଓଡ଼ିଆ ଭାଷାର ବିଲୋପ ପାଇଁ ଉଦ୍ୟମ କରୁଛି-ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି

ଭୁବନେଶ୍ଵର, ୧୬-୯-୨୩: ଓଡିଶାରେ କେନ୍ଦ୍ର ସରକାରୀ ଅଫିସ୍, ରାଷ୍ଟ୍ରାୟତ ବ୍ୟାଙ୍କ, କେନ୍ଦ୍ର ସରକାରଙ୍କୁ ସଂଲଗ୍ନ ବିଭିନ୍ନ ନିଗମ, କମ୍ପାନୀ ଇତ୍ୟାଦି ଓଡିଶାରେ ହିନ୍ଦୀ ଦିବସ, ହିନ୍ଦୀ ସପ୍ତାହ ଏବଂ ହିନ୍ଦୀ ମାସ ଇତ୍ୟାଦି ପାଳନ କରୁଥିବା ବେଳେ ଓଡ଼ିଆ ଦିବସ, ଓଡ଼ିଆ ସପ୍ତାହ ଏବଂ ଓଡ଼ିଆ ମାସ ଇତ୍ୟାଦି ପାଳନ କରୁନଥିବାରୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ. ସି.ପି) କେନ୍ଦ୍ରର ବିଜେପି ସରକାର୍, ରାଷ୍ଟ୍ରାୟତ ବ୍ୟାଙ୍କ, କେନ୍ଦ୍ର ସରକାରୀ ଅଫିସ୍ , କେନ୍ଦ୍ର ସରକାର ଙ୍କୁ ସଂଲଗ୍ନ ବିଭିନ୍ନ ନିଗମ,କମ୍ପାନୀ ଇତ୍ୟାଦିର କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନଙ୍କୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ. ସି.ପି) ସତର୍କ କରି ଦେଇଛି। ଓଡିଶାରେ ହିନ୍ଦୀ ଦିବସ, ହିନ୍ଦୀ ସପ୍ତାହ, ହିନ୍ଦୀ ମାସ ପାଳନ ବନ୍ଦ କରିବାକୁ ଏବଂ ଓଡ଼ିଆ ଦିବସ, ଓଡ଼ିଆ ସପ୍ତାହ, ଓଡ଼ିଆ ମାସ ଇତ୍ୟାଦି ପାଳନ କରିବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ. ସି.ପି) ପକ୍ଷରୁ ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ ଆହ୍ବାନ ଦେଇଛନ୍ତି । ଓଡିଶାରେ ହିନ୍ଦୀ ଦିବସ, ହିନ୍ଦୀ ସପ୍ତାହ, ହିନ୍ଦୀ ମାସ ପାଳନ ବନ୍ଦ ନ ହେଲେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମାନ୍ୟବର ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ବିଜେପି ସଭାପତି ଜେ.ପି ନଡ୍ଡାଙ୍କ କୁଶ ପୁତ୍ତଳିକା ପ୍ରତି ଗାଁ ପ୍ରତି ସାହି ପ୍ରତି ବସ୍ତି, ପ୍ରତିୱାର୍ଡ, ପ୍ରତି ୟୁନିଟ୍ ଓ ପ୍ରତି ସେକ୍ଟରରେ ଦାହ କରିବାକୁ ଶ୍ରୀ ରାଉତ୍ ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close