ଦକ୍ଷ ଇଏସଆଇ ଡ଼ାଇରେକ୍ଟର ପି.ଏସ ପଣ୍ଡାଙ୍କ ସପକ୍ଷରେ ବାହାରିଲା ରାଉଲକେଲାର ହିନ୍ଦ ମଜଦୁର ସଭା

ରାଉରକେଲା, ୧୫ା୦୯: ଆଜି ସ୍ଥାନୀୟ ରାଉରକେଲା ‘ରାଜ୍ୟ କର୍ମଚାରୀ ବୀମା ନିଗମ’ (ଇଏସଆଇସି) ଶାଖା କାର୍ଯ୍ୟାଳୟ ସାମ୍ନାରେ ହିନ୍ଦ ମଜଦୁର ସଭା ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତିଙ୍କ ନେତୃତ୍ଵରେ କର୍ମଚାରୀ ରାଜ୍ୟ ବୀମା ଯୋଜନା ହିତାଧିକାରୀଙ୍କୁ ନେଇ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା, କାରଣ କର୍ମଚାରୀ ରାଜ୍ୟ ବୀମା ନିଗମର କିଛି ଅସାଧୁ କର୍ମଚାରୀମାନେ BMS ଭଳି ଭାରତ ବର୍ଷର ଏକ ନାମି ସଂଗଠନର କିଛି ନେତୃସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଅଗୋଚରରେ ଓ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ଲୋକ ନେଇ 8 ଲକ୍ଷ୍ୟରୁ ଉର୍ଦ୍ଧ ହିତାଧିକାରୀଙ୍କ ପାଇଁ ଗତ ୧୪.୬.୨୦୨୧ରୁ ନିସ୍ୱାର୍ଥପର ଭାବେ, ନିଷ୍ଠାପର ସହିତ କାର୍ଯ୍ୟ କରୁଥିବା, ବୀମାଭୁକ୍ତ ଶ୍ରମିକମାନଙ୍କ ପାଇଁ ସମସ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ଅନବରତଭାବେ ପ୍ରୟାସ ଜାରି ରଖିଥିବା କ୍ଷେତ୍ରୀୟ ନିର୍ଦେଶକ ପାର୍ଥ ସାରଥି ପଣ୍ଡା ମହୋଦୟଙ୍କୁ ବଦନାମ କରିବା ପାଇଁ ବେଆଇନ ଧାରଣା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଓ ଏହା ପରେ ଏକ ପ୍ରତିନିଧି ମଣ୍ଡଳୀ ବ୍ରାଞ୍ଚ ମ୍ୟାନେଜର ଶ୍ରୀମତୀ ସାହୁଙ୍କୁ ସାକ୍ଷାତ୍ କରି କର୍ମଚାରୀ ରାଜ୍ୟ ବୀମା ନିଗମର ମହା ନିର୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ସର୍ବଶ୍ରୀ ହରେକୃଷ୍ଣ ପାଢୀ, ମହେଶ୍ବର ମହାପାତ୍ର, ଉମେଶ ଚନ୍ଦ୍ର ମଲ୍ଲିକ, ଜଗବନ୍ଧୁ ଜେନା, ନଟବର ପାତ୍ର, ଭୂପତି ପାତ୍ର, ମୋନାଲିସା ନାୟକ ସୁରେଶ ତଣ୍ଟି, ପ୍ରଭୃତି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।   

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close