ଭାରତ ମଣ୍ଡପମରେ ଶୋଭା ପାଉଛି କୋଣାର୍କ ଚକ୍ର

ନୂଆଦିଲ୍ଲୀ;୦୯/୦୯(ନି ପ୍ର ): କୋଣାର୍କ ଚକ୍ର ସାମ୍ନାରେ ଛିଡା ହୋଇ ରାଷ୍ଟ୍ରନେତାଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ ସ୍ଥଳରେ ଶୋଭା ପାଉଛି ଓଡ଼ିଶାର ସ୍ୱାଭିମାନ କୋଣାର୍କ ଚକ୍ର । ଯେଉଁ ଅତିଥି ମାନେ ଯାଉଛନ୍ତି ତାଙ୍କୁ ସେଠାରେ ସ୍ୱାଗତ କରାଯାଇଛି ।ପ୍ରଧାନମନ୍ତ୍ରୀଙ୍କ ସହିତ ଅଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଏବଂ ‘ଜାତୀୟ ସୁରକ୍ଷା ପରାମର୍ଶଦାତା’ ଅଜିତ ଡୋଭାଲ୍‌ ରହିଛନ୍ତି ।

ବସୁନ୍ଧୈବ କୁଟୁମ୍ବକମ୍ ଥିମକୁ ନେଇ ସମ୍ମିଳନୀ ଆୟୋଜିତ କରାଯାଇଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହା ନିର୍ମିତ ହୋଇଥିଲା । ରାଜା ଲାଙ୍ଗୁଳା ନରସିଂହଦେବଙ୍କ ସମୟରେ ନିର୍ମିତ ହୋଇଥିଲା ଏହି ଚକ୍ର । ୨୪ ବାଇ ଥିବା ଏହି ଚକ ଭାରତର ଜାତୀୟ ପତାକାରେ ମଧ୍ୟ ସାମିଲ କରାଯାଇଛି । ଯାହାକି ଭାରତର ସଭ୍ୟତା ଏବଂ ସ୍ଥାପତ୍ୟ ଉତ୍କର୍ଷର ପ୍ରତୀକ କୁହାଯାଏ । ଏହି ସମ୍ମିଳନୀରେ ଅର୍ଥନୈତିକ, ଜଳବାୟୁ ପରିବର୍ତ୍ତନ ଓ ଶିକ୍ଷା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।ଜଳବାୟୁ ପରିବର୍ତ୍ତନ ଓ ଖାଦ୍ୟ ସୁରକ୍ଷା ପସଙ୍ଗକୁ ଭାରତ ମୁଖ୍ୟ ପ୍ରସଙ୍ଗ କରିବ।ଏଥିସହ ବିକାଶଶୀଳ ଦେଶମାନଙ୍କୁ କିପରି ସହଜରେ ଋଣ ମିଳିପାରିବ, ଆନ୍ତର୍ଜାତିକ ଋଣ ବ୍ୟବସ୍ଥାରେ କିପରି ସୁଧାର ଅଣାଯାଇାରିବ ଓ କ୍ରିପ୍ଟୋକରେନ୍ସି ନିୟମ ଉପରେ ବି ବିସ୍ତୃତ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ଜି-୨୦ ନେତାମାନଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତରଫରୁ ଏକ ନୈଶଭୋଜିର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ଦୁଇ ଦିନ ମଧ୍ୟରେ ବ୍ରିଟେନ, ଜାପାନ ଏବଂ ଇଟାଲୀ ସହ ଜି-୨୦ ନେତାଙ୍କ ସହ ୧୫ଟି ଦ୍ୱିପାକ୍ଷିକ ବୈଠକ କରିବା କାର୍ଯ୍ୟକ୍ରମ ରହିଛି । ମୋଦୀ ସ୍ଵାଗତ ସ୍ଥଳରେ ଥିବା ବେଳେ ବାଇଡେନଙ୍କୁ ସ୍ଵାଗତ କରିଥିଲେ । ସ୍ୱାଗତ କଲା ପରେ ପଛରେ ଥିବା କୋଣାର୍କ ଚକ୍ର ଆଡ଼କୁ ଦୁହେଁ ବୁଲିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଏ ନେଇ ବୁଝାଇଥିଲେ । ଆଉ ତାପରେ ପୁଣି ଦୁହେଁ ହାତ ମିଳାଇ ଥିଲେ ।ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କୁ କୋଣାର୍କ ଚକ୍ର ବିଷୟରେ ବୁଝାଇଲେ ମୋଦି । ଆଉ ଶେଷରେ ସଭସ୍ଥଳୀକୁ ବାଇଡେନ ଚାଲି ଚାଲି ଯାଇଥିଲେ । ଏହି ବୈଠକ ବହୁତ୍ ଗୁରୁତ୍ବପୂର୍ଣ୍ଣ ରହିଥିବା କୁହାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close