ଦାନଗଦୀ ତହସିଲରେ ଥିବା ଜମି ମାଲିକଙ୍କୁ ମିଳିବ ଜମିପଟ୍ଟା
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଯାଜପୁର(କଳିଙ୍ଗନଗର): ଜିଲ୍ଲା ଦାନଗଦୀ ବ୍ଳକରେ ଜମି ବନ୍ଦୋବସ୍ତ (ସେଟେଲମେଣ୍ଟ) ୧୯୨୮ ମସିହାରୁ ସ୍ଥଗିତ ରହିଥିଲା । ଆଜି ପଙ୍କପାଳରୁ ଆରମ୍ଭ ହୋଇଥିବା ବନ୍ଦୋବସ୍ତ ଦ୍ବାରା ଦାନଗଦୀ ବ୍ଲକର ୨୨ଟି ମୌଜାର ଜମି ମାଲିକମାନେପକୃତ ହୋଇପାରିବେ । ବନ୍ଦୋବସ୍ତ କାର୍ଯ୍ୟହୋଇଗଲେ ଲୋକଙ୍କୁ ଜମିପଟ୍ଟା ମିଳିବ । ଯାହାକି ଭବିଷ୍ୟତ ପାଇଁ ଯୋଗ୍ୟ ବ୍ୟକ୍ତି ଜମିପଟ୍ଟା ଦେଖାଇ ସରକାରୀ ଯୋଜନାର ସୁବିଧା ସୁଯୋଗ ନେଇପାରିବେ । ଜମିର ମାଲିକାନା ମିଳିବା ଫଳରେ ଜମିର ମାଲିକମାନେ ନିଜର ଦରକାର ସମୟରେ ଜମି କିଣା-ବିକା କରି ପାରିବେ । ଯାହାକି ଲୋକେ ବହୁଦିନ ଧରି ଦାବି କରି ଆସୁଥିଲେ। ଗତ ୯୫ବର୍ଷ ହେବ ଦାନଗଦୀ ତହସିଲ ରେ ଥିବା ଲୋକ ମାନଙ୍କ ଜମିଜମା ରେ ହେଉଥିବା ଅସୁବିଧା ଦୂର ହେବା କୁ ଯାଉଛି।ଯାହର ଶୁଭ ଆରମ୍ଭ ପଙ୍କପାଳ ପଞ୍ଚାୟତରୁ ଆରମ୍ଭ କରିଛନ୍ତି ତହସିଲ କର୍ତ୍ତୃପକ୍ଷ l ଯାହାକୁ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡାଇ ନଡିଆ ବାଡେଇ ଶୁଭ ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା l