ପଶ୍ଚିମ ଓଡିଶାରେ ଠାବ କରାଯାଇଛି ଜାଲ ନୋଟ କାରଖାନା
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ସୁବର୍ଣ୍ଣପୁର (ବ୍ୟୁରୋ ରିପୋର୍ଟ) :- ଏସଟିଏଫ୍ ହାତରେ ଲାଗିଛି, ଅବିକଲ୍ ଅସଲ ଦେଖାଯାଉଥିବା ଜାଲ୍ ନୋଟ୍ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରକେ ୪୧ଲକ୍ଷ ୧୬ହଜାର ଟଙ୍କାର ଜାଲ ନୋଟ ଜବତ କରିଛି ଏସଟିଏଫ । ଏହି କାରବାରରେ ସଂପୃକ୍ତ ଥିବା ଯୁବକର ଦୀପକ ମେହେର କୁ ଗିରଫ କରିଛି ଏସ୍ ଟିଏଫ୍ । ସୁବର୍ଣ୍ଣପୁର ଜିଲ୍ଲାରେ ଦୁନିଆକୁ ଦେଖାଇବା ପାଇଁ ଉପରକୁ ଲୁଗା ବ୍ୟବସାୟ କରୁଥିଲେ ଦୀପକ କିନ୍ତୁ ପରଦା ପଛରେ ଚଳାଇଥିଲେ ଜାଲ୍ ନୋଟର କାରବାର । ମାତ୍ର ସପ୍ତମ ପଢ଼ିଥିବା ଦୀପକ କେତେ ଦିନ ହେଲା ଏହି କାରବାରରେ ସଂପୃକ୍ତ ଥିଲେ? ଏବଂ ଏହି ରାକେଟ୍ କେତେଦୂର ଯାଏଁ ଲମ୍ବିଛି ସେ ନେଇ ତଦନ୍ତ ଆରମ୍ଭ କରିଛି ଏସଟିଏଫ୍ ।
ବଡ଼ କଥା ହେଉଛି- ୩ବର୍ଷ ଭିତରେ ୧ କୋଟି ୧୯ ଲକ୍ଷର ଜାଲ୍ ନୋଟ୍ ଜବତ କରିଛି ଏସଟିଏଫ୍ । ଆଉ ଚରାଭୂଇଁ ପାଲଟିଛି ପଶ୍ଚିମ ଓଡ଼ିଶା । ସୁବର୍ଣ୍ଣପୁର ଜିଲ୍ଲାରୁ ଜାଲ୍ ନୋଟ୍ କାରବାର ସାମ୍ନାକୁ ଆସିବା ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼, ସୁନ୍ଦରଗଡ଼ର ରାଉରକେଲା, ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଏବଂ ବରଗଡ଼ ଜିଲ୍ଲାରେ ଜାଲ୍ ନୋଟ୍ କାରବାର ଘଟଣା ସାମ୍ନାକୁ ଆସିଥିଲା । ତେବେ ସୁବର୍ଣ୍ଣପୁର ଜିଲ୍ଳାରୁ ଗିରଫ ହୋଇଥିବା ଏହି ଯୁବକର ଲିଙ୍କ୍ ପଡ଼ୋଶୀ ଛତିଶଗଡ଼ର ରାୟପୁର ସହର ସହ ଥିବା ଏସଟିଏଫ୍ ଆଶଙ୍କା କରୁଛି ।
ଗିରଫ ପରେ ଅଭିଯୁକ୍ତକୁ ବିରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ତେବେ ଘଟଣାସ୍ଥଳରୁ ଜାଲ ନୋଟ ପ୍ରସ୍ତୁତ ସଂରଜାମ ମଧ୍ୟ ଜବତ କରିଛି ଏସଟିଏଫ୍ ।