ଯୁଦ୍ଧ ପୋତ ମହେନ୍ଦ୍ରଗିରି ଉପରେ ଓଡ଼ିଆରେ “ମହେନ୍ଦ୍ରଗିରି” ଲେଖାଯିବାକୁ ଆଇ.ସି.ପି ପକ୍ଷରୁ ଦାବୀ
ଭୁବନେଶ୍ୱର, ୨-୯-୨୦୨୩: ଓଡ଼ିଶାର ମହେନ୍ଦ୍ରଗିରି ପର୍ବତ ନାମରେ ନାମିତ ଅତ୍ୟାଧୁନିକ ଯୁଦ୍ଧ ପୋତ ଉପରେ ହିନ୍ଦୀ ଓ ଇଂରାଜୀରେ ନାମ ଲେଖାଯାଇଛି । ଓଡ଼ିଆରେ “ମହେନ୍ଦ୍ରଗିରି” ବୋଲି ଏଥିରେ ଲେଖାଯାଇ ନାହିଁ । ଯୁଦ୍ଧ ଜାହାଜର ସବା ଉପରେ ଓଡ଼ିଆରେ ମହେନ୍ଦ୍ରଗିରି ଏବଂ ତଳକୁ ହିନ୍ଦୀ ଓ ଇଂରାଜୀରେ ମହେନ୍ଦ୍ରଗିରି ଲେଖିବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ. ସି.ପି)ର ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ ଦାବୀ କରିଛନ୍ତି । ମାନ୍ୟବର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଏହି ନିବେଦନ କରିଛନ୍ତି ।
Live Share Market