ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ପାଇଁ ଚାଲିଛି ପ୍ରସ୍ତୁତି
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
(ଶନିବାର ଶ୍ରୀହାରିକୋଟାରୁ ହେବ ଉତ୍କ୍ଷେପଣ)
ବ୍ୟୁରୋ ରିପୋର୍ଟ : ଚନ୍ଦ୍ରକୁ ଛୁଇଁବା ପରେ ଇସ୍ରୋ ଫୋକସରେ ସୂର୍ଯ୍ୟ। ଶନିବାର ଭାରତର ସୂର୍ଯ୍ୟ ଅଭିଯାନ- ଆଦିତ୍ୟ ଏଲ-୧ ଆରମ୍ଭ ହେବ। ଶନିବାର ଦିନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ PSLV C-57 ଯୋଗେ ଉତକ୍ଷେପଣ ହେବ ଆଦିତ୍ୟ ଏଲ-୧।ଏହା ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରକୁ ଯିବ। ଅର୍ଥାତ୍ ଚନ୍ଦ୍ରଯାନ-୩ ଯେତିକି ଦୂରକୁ ଯାଇଛି, ତା’ଠାରୁ ପ୍ରାୟ ୪ ଗୁଣ ଅଧିକ ବାଟ ଯିବ ଆଦିତ୍ୟ ଏଲ-୧। ସକଳ ଶକ୍ତିର ଆଧାର ସୂର୍ଯ୍ୟ ହେଉଛି ପୃଥିବୀର ସବୁଠୁ ନିକଟତମ ନକ୍ଷତ୍ର। ତେଣୁ ସୂର୍ଯ୍ୟ ଉପରେ ଗବେଷଣାକୁ ଇସ୍ରୋ ଲକ୍ଷ୍ୟ ରଖିଛି।ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋ ଏବେ ବେଶ ଉତ୍ସାହିତ ହୋଇପଡ଼ିଛି। ବିଶ୍ୱର କୌଣସି ବୈଜ୍ଞାନିକ ଯାହା କରି ପାରି ନଥିଲା, ସେକଥା ଏସ ସୋମନାଥଙ୍କ ଟିମ କରି ଦେଖାଇଛି। ଚନ୍ଦ୍ରଯାନ-୩ ଇସ୍ରୋର ବୈଜ୍ଞାନିକମାନେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ସକ୍ଷମ ହୋଇଛନ୍ତି।ଏହି ସଫଳତା ପରେ ଇସ୍ରୋ ପକ୍ଷରୁ ଆସନ୍ତା ଶନିବାର ସୂର୍ଯ୍ୟ ଉପରେ ଗବେଷଣା ପ୍ରଥମ ସ୍ପେଶ୍ ଅବଜର୍ଭେଟୋରି ପଠାଯିବ। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ PSLV C-57 ରକେଟ୍ ସହାୟତାରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ-୧। ଏହା ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା ଏଲ-୧ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ। ସେଠାକୁ ଯିବା ପାଇଁ ପ୍ରାୟ ୪ ମାସ ସମୟ ଲାଗିବ।ଏହାର ଅର୍ଥ ୨୦୨୩ ଶେଷ ସପ୍ତାହ କିମ୍ବା ୨୦୨୪ ପ୍ରଥମ ସପ୍ତାହରେ ଆଦିତ୍ୟ ଏଲ-୧ ଲକ୍ଷ୍ୟସ୍ଥଳରେ ପହଞ୍ଚିଯିବ। ପୃଥିବୀଠୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ ଏଲ -୧।ଲାଗରେଞ୍ଜିଆନ୍ ପଏଣ୍ଟ-୧ ବା ଏଲ-୧ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି। ଏହି ସ୍ଥାନରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ପ୍ରାୟ ସମାନ। ତେଣୁ ସେଠାରେ କୌଣସି ବସ୍ତୁ ଅବସ୍ଥାପିତ ହେଲେ, ତାହା ସେହି ସ୍ଥାନରେ ହିଁ କାର୍ଯ୍ୟକ୍ଷମ ହେବ। ସେଠାରେ କୌଣସି ପରାଗ ବା ଗ୍ରହଣର ପ୍ରଭାବ ପଡ଼ୁନଥିବାରୁ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ଉପରେ ଗବେଷଣା ଜାରି ରହିବ। ଏଥିରେ ମୋଟ ୭ଟି ପେ’ଲୋଡ୍ ବା ଯନ୍ତ୍ର ଥିବା ବେଳେ ସେଥିରୁ ୪ଟି ସିଧାସଳଖ ସୂର୍ଯ୍ୟ ଆଡ଼କୁ ରହିବ। ସୂର୍ଯ୍ୟର ବିଭିନ୍ନ ସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସେଠାରୁ ପୃଥିବୀ ଆଡ଼କୁ ଆସୁଥିବା ଚାର୍ଜ କଣିକା ଗୁଡ଼ିକ ସଂପର୍କରେ ତଥ୍ୟ ସଂଗ୍ରହ କରିବା ଏହି ମିଶନର ଲକ୍ଷ୍ୟ। ଏଥିପାଇଁ ପ୍ରାୟ ୪ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ସୌରଝଡ଼ ଓ ଏହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ ଲକ୍ଷ୍ୟ ।