
ରଗଡ଼ିର ପଚ୍ଛିକୋଟ ‘ଇଣ୍ଡଟେକ୍’ରେ ୭୭ତମ ସ୍ୱାଧିନତା ଦିବସ ପାଳିତ
ରଗଡ଼ି, ୨୦/୦୮(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା କୋରେଇ ବ୍ଲକ ରଗଡ଼ି ନିକଟସ୍ଥ ପଚ୍ଛିକୋଟ ନିକଟରେ ଅବସ୍ଥିତ ‘ଇଣ୍ଡଟେକ୍ ଏଜୁକେସନ ଆଣ୍ଡ ଟେକ୍ନିକାଲ ଇଂଷ୍ଟିଚ୍ୟୁସନ’ ସଂସ୍ଥା ଠାରେ ୭୭ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଠାରେ ଅବସରପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ଖଟୁଆ ଜାତୀୟ ପତାକାକୁ ଉତୋଳନ କରିଥିଲେ । ସେ ସ୍ୱାଧିନତାର ସ୍ୱାଦକୁ ଅକ୍ଷୂର୍ଣ୍ଣ ରଖିବା ଉପରେ ଆଲୋକପାତ କରିଥିଲେ । ଏଥିରେ ଏସ. କାଟେଶ୍ୱର ରାଓ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ମହେନ୍ଦ୍ର ରାଓ, ମାନ ଜେନା, ଦିଲୀପ କୁମାର ବେହେରା, ସୋନୁ କୁମାର, ଅନୀଲ ରାଓ, ପ୍ରଫୁଲ୍ଲ ମହାପାତ୍ର, ଶୁକଦେବ ମିଶ୍ର, ପ୍ରଦୀପ ନାୟକ ପ୍ରମୁଖ ଯୋଗ ଦେଇ ଏଠାରେ ସ୍ୱାଧିନତା ଦିବସ ପାଳନ କରିଥିଲେ ।
Live Share Market