ସ୍ୱାଧିନତାର ଅମୃତ ମହୋତ୍ସବରେ ନିମଗ୍ନ ଏପିଜେ ବିଦ୍ୟାଳୟ; ‘ଜୟହିନ୍ଦ’ ସ୍ଲୋଗାନରେ ପ୍ରକମ୍ପିତ ହେଲା

ଭୂବନେଶ୍ୱର, ୦୮ା୦୮(ଉ. ନ୍ୟୁଜ୍ ବ୍ୟୁରୋ): ପ୍ରତି ଦେଶର ଇତିହାସ କିଛି ଗୈାରବମୟ ମୁହୂର୍ତର ମୂକସାକ୍ଷୀ ହୋଇରହିଥାଏ । ଦେଶର ଜନସାଧାରଣ ସେହି ସ୍ମରଣୀୟ ମୁହୂର୍ତକୁ ମନେ ପକାଇ ଆନନ୍ଦରେ ବିଭୋର ହୋଇଥାନ୍ତି । ଏଥିମଧ୍ୟରୁ କିଛି ସ୍ମୃତି ଆଗାମୀ ବଂଶଧରମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥାଏ । ଉକ୍ତ ସ୍ମୃତିଗୁଡିକ ମଧ୍ୟରୁ କିଛିଟା ସାଉଁଟି ନିଜ ପିଲାମାନଙ୍କ ମଧ୍ୟରେ ବାଂଟି ଦେଇଛନ୍ତି ସ୍ଥାନୀୟ “ଏପିଜେ ବିଦ୍ୟାଳୟ” ସ୍ୱାଧିନତାର ଅମୃତ ମହୋତ୍ସବ ରୂପରେ । ଏହି ଐତିହାସିକ ଉତ୍ସବକୁ ‘ଜୟହିନ୍ଦ’ର ସ୍ଲୋଗାନରେ ମୁଖରିତ କରି ଏପିଜେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କଳା, ସଂସ୍କୃତି ଓ ସାହିତ୍ୟକୁ ଭକ୍ଟଚ୍ଛକ୍ଟ କରି ଗତ ୦୫/୦୮/୨୦୨୩ରେ ଅନେକ ପ୍ରକାରର ପ୍ରତିଯୋଗିତାର ଆୟୋଜନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଅତନୁ ରଥ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉସ୍ୱବର ଉଦ୍‌ଘାଟନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ଲୁକାୟିତ ପ୍ରତିଭା ଯଥା-କଳା, କୈାଶଳ ଓ ଜ୍ଞାନକୁ ପ୍ରତିଯୋଗିତା ମାଧ୍ୟମରେ ନୂତନ ଦିଗ ଦେଖାଇବାର ପ୍ରଚେଷ୍ଟା ହୋଇଥିଲା । କଳା ଓ ସାହିତ୍ୟରେ ପ୍ରତିଭା ଅନ୍ୱେଷଣ ପାଇଁ ଶିଶୁ କବିତା, ଦେଶାତ୍ମବୋଧକ ସଂଗୀତ, କୈାତୂକ ପୋଷାକ, ଦେଶାତ୍ମବୋଧକ ନୃତ୍ୟ, ରଙ୍ଗୋଲି, ପୋଷ୍ଟର ତିଆରି, ଫେସନ ସୋ’, ରଚନା ଲିଖନ, ବକ୍ତୃତା ପ୍ରତିଯୋଗିତା, ଭାରତୀୟ ସଂସ୍କୃତି ଓ ପରମ୍ପରାଗତ କଳାର ପ୍ରଦର୍ଶନ ତଥା ଶାରୀରିକ କ୍ଷମତାର ନିଦର୍ଶନ ସ୍ୱରୂପ ଫୁଟବଲ, ବାସ୍କେଟ ବଲ ଆଦି ଖେଳର ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀ ରଥ ନିଜର ବକ୍ତବ୍ୟ ମାଧ୍ୟମରେ ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସେ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ସମସ୍ତ ଏପିଜେ ସଦସ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷା ଲକ୍ଷ୍ମୀବତୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close