ଧର୍ମଶାଳାରେ ‘ଆମ୍ ଆଦାମୀ ପାର୍ଟି’ର ଶୋଭାଯାତ୍ରା ଓ ସଭା

ଧର୍ମଶାଳା, ୮ା୭(ଉ. ନ୍ୟୁଜ୍ ବ୍ୟୁରୋ): ‘ଆମ୍ ଆଦାମୀ ପାଟି’ର୍ର ଏକ ଶୋଭାଯାତ୍ରା ଯାଜପୁର ଜିଲ୍ଲା ଜାରକା ବଜାର ନିକଟସ୍ଥ ଶଙ୍ଖାରିଡ଼ିହ ଛକ ଠାରୁ ବାହାରି ଜାରକା ବଜାର ପରିକ୍ରମା କରିଥିଲା । ପାର୍ଟିର ଜିଲ୍ଲା ସଭାପତି ମନୋଜ କୁମାର ମହାନ୍ତିଙ୍କ ନେତୃତ୍ୱରେ ଦଳର କର୍ମୀ ଓ କର୍ମକର୍ତାମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିଥିଲେ । ଦୁବଗଡ଼ିଆସ୍ଥିତ ଦଳର ଜିଲ୍ଲା କାର୍ଯ୍ୟାଳୟ ନିକଟରେ ଆୟୋଜିତ ସଭାରେ ଦଳର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଓଡ଼ିଶା ଏକ ବିଦ୍ୟୁତ୍ ବଳକା ରାଜ୍ୟ ହୋଇଥିବା ସତ୍ୱେ ଆମ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନକୁ ୬ ଘଂଟାରୁ ଅଧିକ ସମୟ ବିଦ୍ୟୁତ୍ କାଟ୍ ହେଉଛି, ଯାହାକି ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଦିଲ୍ଲୀରେ ବିଦ୍ୟୁତ୍ ଉତ୍ପାଦନ ବହୁ କମ ହେଉଥିଲେ ମଧ୍ୟ ସେଠାକାର ‘ଆପ୍‌’ ସରକାର ସେଠାରେ ୨୦୦ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ କରିଛନ୍ତି । ଦିଲ୍ଲୀ ଭଳି ଓଡ଼ିଶାରେ ୨୦୦ ୟୁନିଟ ବିଦ୍ୟୁତ୍ ଦେୟ ଛାଡ଼ କରିବାକୁ ସେ ଦାବି କରିଥିଲେ । ଏହି ଶୋଭାଯାତ୍ରା ଓ ସଭାରେ ରାଜ୍ୟର ୨୦ଟି ଜିଲ୍ଲାର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଇଥିଲା । ଏଥିରେ କୃଷକନେତା କୃଷ୍ଣଚନ୍ଦ୍ର ପ୍ରଧାନ ଓ ବିଭୂତି ଭୂଷଣ ଜେନା ପ୍ରମୁଖ ଯୋଗ ଦେଇଥିଲେ । ସଂଗଠକ ବସୁ କିଶୋର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close