୧୬ନଂ ଜାତୀୟ ରାଜପଥର କୁଆଖିଆ ନିକଟରେ ଦବିଲା ବ୍ରିଜ୍‌, ଅଳ୍ପକେ ବର୍ତିଲେ ଲୋକେ

କୁଆଖିଆ, ୧୮ା୭(ଅକ୍ଷୟ କୁମାର ସାହୁଙ୍କ ଠାରୁ): ଆଜି ସକାଳ ପ୍ରାୟ ୦୬ଟା ପାଖାପାଖି ସମୟରେ କଲିକତାରୁ ଚେନ୍ନାଇ ଯାଇଥିବା ଜାତୀୟ ୧୬ନଂ ରାଜପଥର ଯାଜପୁର ଜିଲ୍ଲାର କୁଆଖିଆ ନିକଟସ୍ଥ ରସୁଲପୁର ବ୍ଲକ ସାମନା ରାସ୍ତାରେ ଥିବା ବ୍ରିଜ୍‌ଟି ପ୍ରାୟ ୩୦ଫୁଟ୍ ଓସାରରେ ୦୫-୦୬ଫୁଟ ତଳକୁ ଦବି ଯାଇ ଓହଳି ରହିଛି । ସୈାଭାଗ୍ୟବଶତଃ ଏହି ବ୍ୟସ୍ତବହୁଳ ରାଜପଥରେ ଏଥିଯୋଗୁ ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ବେଳେ ବହୁ ଦୁର୍ଘଟଣାରୁ ବର୍ତିଯାଇଛନ୍ତି ଗାଡ଼ି ଘୋଡ଼ା, ଜନସାଧାରଣ ଇତ୍ୟାଦି! ସକାଳ ସମୟରେ ବହୁ ଦୂରଗାମୀ ବସ ସହ, ଟ୍ରକ, ଲରି, ଟ୍ରାନ୍ସପୋର୍ଟ ଭ୍ୟାନ ଇତ୍ୟାଦି ଏହି ରାସ୍ତାର କଲିକତା, ପାଣିକୋଇଲି ପଟୁ କଟକ, ଭୁବନେଶ୍ୱର ହୋଇ ଚେନ୍ନାଇ ପର୍ଯ୍ୟନ୍ତ ଯାଇଥାନ୍ତି । ଏହି ରାସ୍ତାରେ ଯାଜପୁରରୋଡ଼ରୁ ଭୋର ୫ଟା ୧୫ମି. ସମୟରେ ଛାଡି କଟକ ଯାଉଥିବା ମା’ବସଟି ଏହି ବ୍ରିଜ୍ ଦେଇ ପାସ କଲା ପରେ ବ୍ରିଜ୍‌ଟି ହଠାତ୍ ଦବିବା ଆରମ୍ଭ କରିଥିଲା । ଏହାପରେ ଗୋଟିଏ ଟ୍ରାକ୍ଟର ଗାଡ଼ି ଆସିଥିଲା । ଗୋଟିଏ ଆନ୍ଧ୍ରପ୍ରଦେଶର ନଂ. ଥିବା ବଡ଼ ଟ୍ରକ ଆସି ସାମନାରେ ବ୍ରିଜ୍ ଦବୁଥିବାର ଦେଖି ଗାଡ଼ିକୁ ଅଟକାଇ ଦେଇ ଏକ ନିଶ୍ଛିତ ବିପଦରୁ ରକ୍ଷାପାଇଥିଲେ । ଏପରି ବହୁ ଆଶଙ୍କା ଓ ପ୍ରଶ୍ନବାଚୀରେ ଉତେଜନା ସୃଷ୍ଟି ହୋଇଛି ଦେଖଣାହାରୀ ଓ ସ୍ଥାନୀୟ ଅଂଚଳରେ । ବହୁ ବ୍ୟକ୍ତିବିଶେଷ ଏଥିଯୋଗୁ ନିମ୍ନମାନର ପୋଲ ନିର୍ମାଣ ପାଇଁ ଏହା ଘଟିଲା ବୋଲି ଅଭିଯୋଗ କରିଛନ୍ତି । ଏଥିସହ ରାଜପଥ ଦାୟିତ୍ୱରେ ଥିବା ଯନ୍ତ୍ରୀମାନେ କିଭଳି ଭାବେ ରାସ୍ତା ଓ ପୋଲସବୁର ଦେଖାଶୁଣା କରୁଛନ୍ତି ତା’ ଉପରେ ବିଧିବଦ୍ଧ ତଦନ୍ତ ଉପରେ ସର୍ବସାଧାରଣରେ ଦାବୀ ଉଠିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close