ଯାଜପୁର ପୋଷ୍ଟାଲ ସୁପରିଟେଣ୍ଡ ଅଶୋକ ରଥଙ୍କୁ ଯାଜପୁରରୋଡ଼ ମୁଖ୍ୟ ଡ଼ାକ ଘର ତରଫରୁ ବିଦାୟ ସମ୍ବର୍ଦ୍ଧନା

ଯାଜପୁରରୋଡ଼, ୨୯ା୬(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଯାଜପୁର ରୋଡ଼ ମୁଖ୍ୟ ଡ଼ାକ ଘରେ ଆଜି ପୂର୍ବାହ୍ନରେ ଯାଜପୁର ପୋଷ୍ଟାଲ ଡିଭିଜନର ସୁପରିଟେଣ୍ଡ ଅଶୋକ କୁମାର ରଥଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀଯୁକ୍ତ ରଥଙ୍କ ଚାକିରୀକାଳ ଆସନ୍ତା କାଲି ଅର୍ଥାତ୍ ତା. ୩୦/୦୬/୨୦୨୩ରେ ଶେଷ ହେଉଛି । ଅବସର ପରେ ତାଙ୍କ ସ୍ଥାନରେ ଭୁବନେଶ୍ୱର ସିପିଏମଜି କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଶୁଭ୍ରାକାଶ ନାୟକଙ୍କୁ ଯାଜପୁରର ନୂଆ ସୁପରିଟେଣ୍ଡ ଭାବେ ନିଯୁକ୍ତି ମିଳିସାରିଛି । ଶ୍ରୀଯୁକ୍ତ ରଥ ଦୀର୍ଘ ଦିନ ଯାଜପୁରରେ ଶୃଙ୍ଖଳାର ସହ କାର୍ଯ୍ୟକରି ବେଶ ପ୍ରଶଂସିତ ହୋଇଛନ୍ତି । ତାଙ୍କୁ ବିଭିନ୍ନ ସ୍ଥାନରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଉଛି । ଆଜି ଯାଜପୁରରୋଡ଼ ମୁଖ୍ୟ ଡ଼ାକ ଘରେ ତାଙ୍କ ଅବସର ପାଇଁ ଏକ ବିଦାୟ ସମ୍ବର୍ଦ୍ଧନା ସଭା ପୋଷ୍ଟମାଷ୍ଟର ଦେବରଂଜନ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଦଳାର ପୋଷ୍ଟାଲ ଇନିସ୍‌ପେକ୍ଟର ରାଜେନ୍ଦ୍ର କୁମାର ପୃଷ୍ଟି, ବହୁ ପୋଷ୍ଟ ବିଭାଗର କର୍ମଚାରୀ ପ୍ରମୁଖ ଯୋଗ ଦେଇ ଶ୍ରୀ ରଥଙ୍କ କର୍ତବ୍ୟନିଷ୍ଠ ଗୁଣାବଳୀକୁ ସାଧୂବାଦ ଜଣାଇବା ସଂଗେ ସଂଗେ ତାଙ୍କର ଅବସର ପରବର୍ତୀ ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close