ଫେରୋକ୍ରୋମ କଲୋନି ଗେଟ୍ ଅଂଚଳର ଧର୍ମପରାୟଣ ମହିଳା କିଶୋରୀବାଳା ବଳଙ୍କ ପରଲୋକ

ବ୍ୟାସନଗର, ୨୬ା୬(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ୦୨ନଂ ୱାର୍ଡ଼ ଫେରୋକ୍ରୋମ କଲୋନି ଗେଟ୍ ସ୍ଥିତ ବୟୋଜ୍ୟେଷ୍ଠ ଧର୍ମପରାୟଣ ମହିଳା କିଶୋରୀବାଳା ବଳଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ । ଯାଜପୁର ସ୍ଥିତ ବୈତରଣୀ ନଦୀତଟ ଶଶ୍ମାନରେ ତାଙ୍କର ଶବ ସତ୍କାର କରାଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୦୨ ଝିଅ, ଜ୍ୱାଇଁ, ୨ ପୁଅ, ୦୩ ବୋହୁ, ନାତି ନାତୁଣୀ, ୦୨ ଦିଅର, ସ୍ୱାମୀ, ଜ୍ଞାତିକୁଟୁମ୍ଭ, ସାହିଭାଇ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ତାଙ୍କର ସ୍ୱାମୀ ନିରଞ୍ଜନ ବଳ ସ୍ଥାନୀୟ ଫେରୋକ୍ରୋମ କାରଖାନାରୁ ଜଣେ ଅଧିକାରୀ ଭାବେ କାର୍ଯ୍ୟରୁ ଅବସର ନେଇ ସ୍ଥାନୀୟ ଫେରୋକ୍ରୋମ କଲୋନି ଗେଟ୍ ରୋଡ଼ରେ ଘର କରି ବସବାସ କରୁଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close