ପୁଣି ଖୋଲିଲା ‘ଇଏସଆଇସି’ର ଆଉ ଏକ ଶାଖା; କ୍ଷେତ୍ରୀୟ ନିର୍ଦ୍ଦେଶକ ପି. ଏସ ପଣ୍ଡା କଲେ ବାରିପଦା ନୂତନ ଶାଖାର ଉଦ୍‌ଘାଟନ

ବାରିପଦା, ୧୦/୦୬(ଉ. ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାର ସୀମାନ୍ତ ଜିଲ୍ଲା ମୟୂରଭଂଜର ସଦରମହକୁମା ବାରିପଦରେ ଗତ ୦୮/୦୬ ଗୁରୁବାରରେ ଖୋଲିଛି କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଅଧିନସ୍ଥ ‘ରାଜ୍ୟ କର୍ମଚାରୀ ବୀମା ନିଗମ’ (ଇଏସଆଇସି)ର ନୂତନ ଶାଖା କାର୍ଯ୍ୟାଳୟ । ଏହାକୁ ନିଗମର ଓଡ଼ିଶାର ଭୂବନେଶ୍ୱର ସ୍ଥିତ କ୍ଷେତ୍ରୀୟ ନିର୍ଦ୍ଦେଶକ ପାର୍ଥ ସାରଥି ପଣ୍ଡା ଏକ ବିଣେଷ କାର୍ଯ୍ୟକ୍ରମ ଜରିଆରେ ଉଦ୍‌ଘାଟନ କରିଥିଲେ । ସୁଚନାଯୋଗ୍ୟ, ଶ୍ରୀଯୁକ୍ତ ପଣ୍ଡାଙ୍କ ବଳିଷ୍ଠ ଉଦ୍ୟମ ଓ ଆନ୍ତରିକତା ଫଳରେ ଓଡ଼ିଶାରେ ଇଏସଆଇସିର ବ୍ୟାପକ ଉନ୍ନତି ହେବା ସହ ନିଗମ ସେବା ପ୍ରଦାନରେ ତୃଣମୂଳ ସ୍ତରକୁ ଯିବାକୁ ଉଦ୍ୟମ କରୁଛି । ଓଡ଼ିଶାରେ ବହୁ ଅଂଚଳରେ ଇଏସଆଇସି କାର୍ଯ୍ୟକାରୀ ନ ଥିବା ବେଳେ ବହୁ ଜିଲ୍ଲାରେ ଏହାର ଶାଖା କାର୍ଯ୍ୟାଳୟ ଖୋଲିବାରେ ଲାଗିଛି । ବିଭିନ୍ନ ମେଡ଼ିକାଲର ନବ କଳେବର ସାଙ୍ଗକୁ ରାଜ୍ୟରେ କେତେକ ନୂତନ ମେଡ଼ିକାଲର ସ୍ଥାପନ ଲାଗି ଚେଷ୍ଟା ଅବ୍ୟାହତ ରହିଛି ।
ଶ୍ରୀଯୁକ୍ତ ପଣ୍ଡାଙ୍କ ମାରାଥାନ ଉଦ୍‌ଘାଟନର ପର୍ବ କିଛି ଦିନ ହେଲା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବେ ନୟାଗଡ଼, ଭଦ୍ରଖ, କେନ୍ଦ୍ରାପଡ଼ାରେ ଓ ସୁବର୍ଣ୍ଣପୁରରେ ଇଏସଆଇସିର ଶାଖା କାଯ୍ୟାଳୟ ଖୋଲି ସାରିଥିବା ବେଳେ ଗତ ଗୁରୁବାର ଉପାନ୍ତ ମୟୂରଭଂଜର ଜିଲ୍ଲାର ମୁଖ୍ୟାଳୟ ବାରିପଦା ସହରରେ ଖୋଲିଛି ଆଉ ଏକ ଶାଖା କାର୍ଯ୍ୟାଳୟ ଖୋଲିଛି । କେନ୍ଦ୍ର ସରକାରଙ୍କ ଇଏସଆଇସିର କଲ୍ୟାଣକାରୀ ଯୋଜନା ଏଠାରେ ଆଉ ଅପହଂଚ ନାହିଁ ବୋଲି ଶ୍ରୀଯୁକ୍ତ ପଣ୍ଡା ଏହାର ଉଦ୍‌ଘାଟନ କରି କହିବା ସହ ଯୋଜନାର ଭରପୁର ଫାଇଦା ନେବାକୁ ସେ ହିତାଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି । ପୂର୍ବରୁ ଏହି ଜିଲ୍ଲାର ହିତାଧିକାରୀମାନେ ବାଲେଶ୍ୱର ଉପରେ ନିର୍ଭରଶୀଳ ଥିଲେ । ବୀମାଧାରୀ ଯୋଜନାଗୁଡ଼ିକ ଉପରେ ସଚେତନ ରହି ନିଜର ସୁବିଧା ସୁଯୋଗ ହାସଲ ଦିଗରେ ଯତ୍ନଶୀଳ ରହିଲେ ଯୋଜନାର ସଫଳ ରୂପାୟନ ହୋଇପାରିବ ବୋଲି ଶ୍ରୀଯୁକ୍ତ ପଣ୍ଡା ଆଶା ପ୍ରକଟ କରିଥିଲେ । ଏହି ନୂତନ ଶାଖା ଉଦ୍‌ଘାଟନ ଉତ୍ସବରେ ଇଏସଆଇସିର ସହକାରୀ ନିର୍ଦ୍ଦେଶକ (ବେନିଫିଟ୍‌ସ) ବି ଏମ ପାଣିଗ୍ରାହୀ, ବାରିପଦା ଇଏସଆଇ ମେଡିକାଲର ଡ଼ାକ୍ତର ମନୋଜ କୁମାର ଟୁଡ଼ୁ, ଶାଖା ପରିଚାଳକ ହମବୀର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close