ପାଣିକୋଇିର କାଜିପାଟଣା ସାହିରେ ମୁକୁଳା ଟ୍ରାନ୍ସଫରମର ସଂସ୍ପର୍ଶରେ ଗାଇ ମୃତ

ପାଣିକୋଇଲି, ୩୧/୦୫ (ରାମଚନ୍ଦ୍ର ବାରିକଙ୍କ ଠାରୁ): କୋରେଇ ବ୍ଲକ ତଥା ପାଣିକୋଇଲି ନିକଟସ୍ଥ ପଥରପଦା ଗ୍ରାମର କାଜିପାଟଣା ସାହିର ନୀଳମଣି ବେହେରାଙ୍କ ଘର ସମ୍ମୁଖରେ ରହିଛି ଏକ ମୁକୁଳା ଟ୍ରାନ୍ସଫରମର । ଟିପିଏନଓଡ଼ିଏଲ ବିଭିନ୍ନ ଜାଗାରେ ଟ୍ରାନ୍ସଫରମର ଚାରିପଟେ ସୁରକ୍ଷା ପାଇଁ ପ୍ରାଚୀର ନିର୍ମାଣ କରୁଥିବା ବେଳେ ଏଠାରେ କିନ୍ତୁ ଏହା ଖୋଲାମେଲା ପଡ଼ି ରହିଛି । ଫଳତଃ ବିଭିନ୍ନ ସମସ୍ୟା ହେଉଥିବା ବେଳେ ଏହା ବିପଦ ସଂଙ୍କୁଳ ଅବସ୍ଥାରେ ଥିବାରୁ ବୁଲା ଗୋରୁ ଗାଈ ଓ ପଶୁପକ୍ଷୀଙ୍କ ଜୀବନ ପ୍ରତି ସମସ୍ୟା ସୃଷ୍ଟି କରୁଛି । ଗତ ସୋମବାର ଏହା ସଂସ୍ପର୍ଶରେ ଆସି ଏହି ଗ୍ରାମର ଜୀତେନ୍ଦ୍ର କୁମାର ବେହେରାଙ୍କ ଗୋଟିଏ ବଡ଼ ଗାଈର ମୃତ୍ୟୁ ଘଟିଥିବାର ଜଣାଯାଇଛି । ଗାଈଟିକୁ ସେ ଗ୍ରାମବାସୀଙ୍କ ସହାୟତାରେ ବିଜୁଳି ସଂଯୋଗରୁ ଅଲଗା କରି ମୃତ ଗାଈର ସଂସ୍କାର କରିଥିଲେ । ଗାଈଟିର ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କା ହେବ । ଜୀତେନ୍ଦ୍ର ଜଣେ ଗରୀବ ଗୋପାଳକ ହୋଇଥିବା ବେଳେ ରୋଜଗାରିଆ ଗାଈର ମୃତ୍ୟୁରେ ଏକ ପ୍ରକାରର ଭାଙ୍ଗିଯାଇଛନ୍ତି । ତାଙ୍କୁ ଟିପିଏନଓଡ଼ିଏଲ ଅଥବା ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଦେବାକୁ ଦାବୀ ହେଉଛି । ତୁରନ୍ତ ଟ୍ରାନ୍ସଫରମର ଚାରିପଟେ ଦୁର୍ଘଟଣା ଏଡାଇବା ପାଇଁ ପ୍ରାଚୀର ନିର୍ମାଣ କରିବାକୁ ବହୁ ବୁଦ୍ଧିଜୀବୀଙ୍କ ସମେତ ସମାଜସେବୀ ରାମଚନ୍ଦ୍ର ବାରିକ ଦାବୀ କରିଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close