ଆନନ୍ଦପୁର ପୈାର ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ବଦଳି, ଅତିରିକ୍ତ ଦାୟିତ୍ୱରେ ସହକାରୀ ଜିଲ୍ଲାପାଳ

ଆନନ୍ଦପୁର, (ଉ. ନ୍ୟୁଜ୍ ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୃହ ଏବଂ ଉନ୍ନୟନ ବିଭାଗ ପକ୍ଷରୁ ଜାରୀ ଚିଠି ସଂଖ୍ୟା ୯୯୯୯/ଏଚୟୁଡ଼ି, ତା. ୧୭/୫/୨୦୨୩ ଅନୁସାରେ କେଉଁଝର ଜିଲ୍ଲା ଆନନ୍ଦପୁର ପୈାର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ କଟକ ସ୍ଥିତ ସି.ଡି.ଏର କନିଷ୍ଠ ଯନ୍ତ୍ରୀ ଭାବେ ବଦଳି କରାଯାଇଛି । କେଉଁଝର ଜିଲ୍ଲାପାଳ ଆଶିଷ କୁମାର ଠାକରେ ତାଙ୍କ ସ୍ଥାନରେ କେଉଁଝରର ସହକାରୀ ଜିଲ୍ଲାପାଳ ପଂଚାନନ ନାୟକଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଥିବା ବେଳେ ଶ୍ରୀ ରାଉତଙ୍କୁ ତା. ୨୦/୫/୨୩ କାର୍ଯ୍ୟରୁ ରିଲିଫ୍ କରିଥିଲେ । ସୂଚନାଯୋଗ୍ୟ, ଶ୍ରୀ ରାଉତ ଗତ ନଭେମ୍ବର ୧୫ ତାରିଖରୁ ଯାଜପୁର ଜିଲ୍ଲାର ବ୍ୟାସନଗର ପୈାର ପରିଷଦର ନିର୍ବାହୀ ଅଧିକାରୀରୁ ଅଚାନକ ବଦଳି ହୋଇ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଥିଳେ । କିଛି ମାସ ପରେ ପୁଣି ତାଙ୍କୁ ସେଠାରୁ ବଦଳି କରାଯାଇ ଆନନ୍ଦପୁର ପୈାର ପରିଷଦର ନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଥିଲା । ଏବେ ପୁଣି ତାଙ୍କୁ ଏଠାରୁ ବଦଳି କରାଯାଇଛି । ତେଣୁ ଗତ ମାତ୍ର ୦୬ ମାସ ମଧ୍ୟରେ ଶ୍ରୀ ରାଉତଙ୍କୁ ୩ ଥର ବଦଳି କରାଯିବାକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close