ସୁବର୍ଣ୍ଣପୁରରେ ଖୋଲିଲା ‘ଇଏସଆଇସି’ର ନୂତନ ଶାଖା; କ୍ଷେତ୍ରୀୟ ନିର୍ଦ୍ଦେଶକ ପି. ଏସ ପଣ୍ଡାଙ୍କ ଦ୍ୱାରା ଉଦ୍‌ଘାଟିତ

ସୁବର୍ଣ୍ଣପୁର, ୨୦/୦୫(ଉ. ନ୍ୟୁଜ୍ ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅନଗ୍ରସର ସୁବର୍ଣ୍ଣପୁର ଜିଲ୍ଲାର ସଦରମହକୁମାରେ ଗତ ୧୮/୦୫ ଗୁରୁବାରରେ ଖୋଲିଛି କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଅଧିନସ୍ଥ ‘ରାଜ୍ୟ କର୍ମଚାରୀ ବୀମା ନିଗମ’ (ଇଏସଆଇସି)ର ନୂତନ ଶାଖା କାର୍ଯ୍ୟାଳୟ । ଏହାକୁ ନିଗମର ଓଡ଼ିଶାର ଭୂବନେଶ୍ୱର ସ୍ଥିତ କ୍ଷେତ୍ରୀୟ ନିର୍ଦ୍ଦେଶକ ପାର୍ଥ ସାରଥି ପଣ୍ଡା ଏକ ବିଣେଷ କାର୍ଯ୍ୟକ୍ରମ ଜରିଆରେ ଉଦ୍‌ଘାଟିତ ହୋଇଯାଇଛି । ସୁଚନାଥାଉକି, ଶ୍ରୀଯୁକ୍ତ ପଣ୍ଡାଙ୍କ ବଳିଷ୍ଠ ଉଦ୍ୟମ ଓ ଆନ୍ତରିକତା ଯୋଗୁ ଓଡ଼ିଶାରେ ଇଏସଆଇସିର ବ୍ୟାପକ ଉନ୍ନତି ହେବା ସହ ନିଗମ ସେବା ପ୍ରଦାନରେ ବହୁ ସଂସ୍କାର ହାତକୁ ନେଉଥିବାର ଦେଖିବାକୁ ମିଳୁଛି । ରାଜ୍ୟରେ କିପରି ଇଏସଆଇସିର ଭିତିଭୂମି ସୁଦୃଢ଼ ହେବ ଓ ଅଧିକ ସଂଖ୍ୟକ ମେଡ଼କାଲ ଓ ଶାଖା କାର୍ଯ୍ୟାଳୟ ଖୋଲିବ ସେଥିଲାଗି ଶ୍ରୀଯୁକ୍ତ ପଣ୍ଡା ଅହରହ ତାଙ୍କର ପ୍ରଚେଷ୍ଟା ଜାରୀ ରଖିଛନ୍ତି । ପୁରୁଣା ମେଡ଼ିକାଲଗୁଡ଼ିକର ସଂସ୍କାର କରିବା ସହ ସେଗୁଡ଼ିକର ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ସଂଗେ ସଂଗେ ଆବଶ୍ୟକୀୟ ଯନ୍ତ୍ରପାତି ଓ କୋଠାବାଡ଼ି ନିର୍ମାଣ କରିବା ଉପରେ ସେ ଗୁରୁତ୍ୱ ଦେଇ ଆସୁଛନ୍ତି । ରାଜ୍ୟରେ ଇଏସଆଇସିକୁ ଏକ ଉନ୍ନତ ଓ ସେବାଭିମୁଖି ସ୍ତରରେ ପହଂଚାଇବାର ଲକ୍ଷ୍ୟ ରଖି ଶ୍ରୀଯୁକ୍ତ ପଣ୍ଡା ନୂଆଦିଲ୍ଲୀର ନିଗମ ମୁଖ୍ୟାଳୟକୁ ସୁଚିନ୍ତିତ ଯୋଜନାର ରୂପରେଖ ପଠାଇ ସେଗୁଡ଼ିକୁ ଅନେକାଂଶରେ କାର୍ଯ୍ୟକାରୀ କରିବାରେ ସଫଳ ହେଉଥିବାରୁ ରାଜ୍ୟ ପାଇଁ ନିଗମ ଅଗଣିତ ବୀମାଧାରୀ (ଆଇ.ପି)ମାନଙ୍କ ପାଇଁ ମଂଗଳକର ଓ ଫଳପ୍ରଦ ସାବ୍ୟସ୍ତ ହେବାରେ ଲାଗିଛି ।
ଶ୍ରୀଯୁକ୍ତ ପଣ୍ଡାଙ୍କ ମାରାଥାନ ଉଦ୍‌ଘାଟନର ପର୍ବ କିଛି ଦିନ ହେଲା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବେ ନୟାଗଡ଼, ଭଦ୍ରଖ ଓ କେନ୍ଦ୍ରାପଡ଼ାରେ ଇଏସଆଇସିର ଶାଖା କାଯ୍ୟାଳୟ ଖୋଲି ସାରିଛି । ଏହି କ୍ରମରେ ସୁବର୍ଣ୍ଣପୁର ଭଳି ଜିଲ୍ଲା ଯେଉଁଠି କି କେନ୍ଦ୍ର ସରକାରଙ୍କ ଇଏସଆଇସି ଅପହଂଚ ଭଳି ଲାଗୁଥିଲା ସେଠାରେ ଏକ ଶାଖା କାର୍ଯ୍ୟାଳୟ ଖୋଲିବା ଶୁଭ ସୂଚନା । ବୀମାଧାରୀ ଏହା ଉପରେ ସଚେତନ ରହି ନିଜର ସୁବିଧା ସୁଯୋଗ ହାସଲ ଦିଗରେ ଯତ୍ନଶୀଳ ରହିଲେ ଯୋଜନାର ସଫଳ ରୂପାୟନ ହୋଇପାରିବ । ଏହି ନୂତନ ଶାଖା ଉଦ୍‌ଘାଟନ ଉତ୍ସବରେ ଇଏସଆଇସିର ସହକାରୀ ନିର୍ଦ୍ଦେଶକ (ବେନିଫିଟ୍‌ସ) ବି ଏମ ପାଣିଗ୍ରାହୀ, ଏସ.ଆର.ଓ ଜେ. ଡି ପୱନ (ଭାରପ୍ରାପ୍ତ), ଶାଖା ପରିଚାଳକ ଏସ. ବେସ୍ରା, ଜିଲ୍ଲା ଶ୍ରମ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close