ଯାଜପୁର ଯୁବ ସାମ୍ବାଦିକ ସଂଘ ଏବଂ ସହିଦ ଭଗତ ସିଂ ସଂଘର ମିଳିତ ସହଯୋଗରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ


ବ୍ୟାସନଗର; ୧୬/୦୫ ( ବସନ୍ତ କୁମାର ପାତ୍ରଙ୍କ ଠାରୁ ) : ଯାଜପୁର ଜିଲ୍ଲା ଯୁବ ସମ୍ବାଦିକ ସଂଘ ଏବଂ ଯାଜପୁର ରୋଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସହିଦ ଭଗତ ସିଂ ଯୁବକ ସଂଘର ମିଳିତ ସହଯୋଗରେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ତଥା ଦକ୍ଷତା ବିକାଶ ଓ ବୈଶିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ , ବ୍ୟାସନଗର ପୌର ପରିଷଦର ପୂର୍ବତନ ଅଧକ୍ଷା ଏବଂ ଯାଜପୁର ଜ଼ିଲ୍ଲା ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ସବିତା ରାଉତ, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ଯୁବ ସମାଜସେବୀ ଆଲୋକ ମହାନ୍ତି, ଯାଜପୁର ଜ଼ିଲ୍ଲା ଟ୍ୟାକ୍ସ ବାର ସଭାପତି ,ବ୍ୟାସନଗର ପୌର ପରିଷଦ ର ସମସ୍ତ କାଉନସିଲର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ମାନ୍ୟବର ମନ୍ତ୍ରୀ ଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରାଯାଇଥିଲା ତତ୍ପରେ ମନ୍ତ୍ରୀଙ୍କ ସହ ଡାକ୍ତଖାନା ପରିସରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଯୁବ ସମ୍ବାଦିକ ସଂଘର ସଭାପତି ତପନ କୁମାର ମିଶ୍ର ଙ୍କ ସମେତ ଯାଜପୁର ଜିଲ୍ଲାର ସମସ୍ତ ସାମ୍ବାଦିକ ବନ୍ଧୁମାନେ ଯୋଗଦେଇ ପ୍ରଥମେ ସ୍ୱଚ୍ଛତା କାର୍ଯ୍ୟକ୍ରମ ପରେ ରୋଗୀଙ୍କୁ ଫଳବଣ୍ଟନ କରିବାପରେ ରକ୍ତଦାନ ଶିବିର ର ଆରମ୍ଭ କରିଥିଲେ। ଯୁବ କାଉନସିଲର ଶିବାନନ୍ଦ ନାୟକ, ମଣିନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱ ରେ ହେଲଥ ୱାରିଅସ ର ୭ଜଣ ମେମ୍ବର ରକ୍ତଦାନ ମଧ୍ୟ କରିଥିଲେ। ଉକ୍ତ ଶିବିରରେ ୩୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସମସ୍ତ ରୋଗୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ସଂଘର ଏଭଳି ପଦକ୍ଷେପ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।ଆଗକୁ ସଂଘ ତରଫରୁ ଅନେକ ସେବା ମୂଳକ କାର୍ଯ୍ୟକ୍ରମ କରାଯିବା ସହ ସଂଘ ସବୁବେଳେ ଲୋକମାନଙ୍କ ସାଥିରେ ରହିଛି ରହିଥିବ ବୋଲି ସଭାପତି ତପନ କୁମାର ମିଶ୍ର ନିଜ ବକ୍ତବ୍ୟ ରେ କହିଛନ୍ତି। ସଂଘର ଏଭଳି ସେବା ମୂଳକ ପଦକ୍ଷେପ କୁ ରାଜ୍ୟ ସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଞ୍ଜନ ପାଣିଗ୍ରାହୀ  ଖୁବ୍ ପ୍ରଶଂସା କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close