ସମାଜସେବିକାଙ୍କ ଏକାଦଶାହରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଯାଜପୁର/କୋରେଇ;୦୬/୦୫ (ନି ପ୍ର) : ଯାଜପୁର ଜିଲ୍ଲା କୋରେଇ ବ୍ଲକସ୍ଥିତ ତୁଳତୀ ଗ୍ରାମର ନିବାସୀ କିଶେନ୍ଦୁ କୁମାର ମହାନ୍ତିଙ୍କ ପତ୍ନୀ ସମାଜସେବିକା ସୌମ୍ୟା ଶୁଭ୍ରା ପଟ୍ଟନାୟକ (କାଜଲ)ଙ୍କର ଅକାଳ ବିୟୋଗରେ ଶୁକ୍ରବାର ଏକାଦଶାହରେ ଏକ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ ସୁନ୍ଦର ସମାଜ ସେବା ସଂଗଠନ ବ୍ୟାସନଗର ଓ ସ୍ଵପ୍ନ ଫାଉଣ୍ଡେସନ କଟକ ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତଦାନ ଶିବିରରେ ସମୁଦାୟ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ସୁନ୍ଦର ସମାଜ ସେବା ସଂଗଠନର ସଭାପତି ରବିନ୍ଦ୍ର କୁମାର ବାରିକ, ସଂପାଦକ ସୁର୍ଯ୍ୟକାନ୍ତ ରାଉତରାୟ, ସ୍ୱପ୍ନ ଫାଉଣ୍ଡେସନର ସଭାପତି ସୁଧାଂଶୁ ଶେଖର ପାତ୍ର, ସଂପାଦକ ଅଶ୍ଵିନୀ କୁମାର ବିଶ୍ଵାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନତାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ସମାଜସେବୀ ନିମାଁଇ ଚନ୍ଦନ ଜେନା ,ଶୁଭାଷିଷ ଷଡଙ୍ଗୀ, ପୁଷ୍ପଲତା ମହାନ୍ତି ,ବିଜ୍ଞାନ କୁମାର ଆଇଚ, ସଂଧ୍ୟାରାଣୀ ସାହୁ, ଶାନ୍ତନୁ ମହାଳିକ ,ଅଜିତ ମଲ୍ଲିକ, ବିଜୟ କୁମାର ପାତ୍ର ,ମାନସ ସାହୁ ,ସାମ୍ବାଦିକ ଭୁବନ ମୋହନ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।କଟକସ୍ଥିତ କେନ୍ଦ୍ରିୟ ରେଡକ୍ରସ ରକ୍ତ କେନ୍ଦ୍ରର କର୍ମକର୍ତ୍ତା ଯଥା ଡାକ୍ତର ରାମ ପ୍ରସାଦ ରାୟ ,ଏଲ.ଟି.ରଂଜିତ ସାହୁ, ଲାବ୍ରୋଟେରି ଆଟେଣ୍ଡାଣ୍ଟ ପ୍ରଶାନ୍ତ କୁମାର ବାରିକ, ସଂଯୋଜକ ଅବିନାଶ ଦାସ ,ମୋଟିଭେଟର- ଭାଗ୍ୟଧର ସାହୁ, ସ୍ଵାଧିନ ପଣ୍ଡା ,ପ୍ରକାଶ ମଲ୍ଲିକ, କିର୍ତ୍ତନ ତନ୍ତି ପ୍ରମୁଖଙ୍କ ସହାୟତାରେ ରକ୍ତ ସଂଗ୍ରହ କରାଯାଇଥିଲା । ପ୍ରତ୍ୟେକ ରକ୍ତଦାତା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ଓ ବୃକ୍ଷ ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା ।ସଂଗଠନର ଏଭଳି ପ୍ରୟାସ କୁ ଜନସାଧାରଣରେ ପ୍ରଶଂସା କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close