ଏପ୍ରିଲ ଅଧାରୁ ଗରମ ଏତେ, ଆଗକୁ କେତେ, ଓଡ଼ିଶାରେ ଏଥର ଅଂଶୁଘାତର ସମ୍ଭାବନା ବଢ଼ୁଛି

ଭୂବନେଶ୍ୱର, ୦୫/୪(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ରାଜ୍ୟ ବ୍ୟାପି ଏବେ ନାହିଁ ନ ଥିବା ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ପିଚୁ, କଂକ୍ରିଟ ରାସ୍ତାରୁ ନିର୍ଗତ ଗରମ ବାଷ୍ପ ଦେହକୁ ପୋଡ଼ି ପକାଉଛି । ସବୁଆଡ଼େ କଂକ୍ରିଟ । ଛାତରୁ ବାହାରୁଛି ଗରମ ତତଲା ପବନ । ଗାଡ଼ି ମୋଟରର ବାଷ୍ପ, ଧୂଆଁ ଏହି ଗରମକୁ ଆହୁରି ଦୂଷିତ କରୁଛି । ଆଗରୁ କ’ଣ ଗରମ ହେଉ ନ ଥିଲା….? ମାତ୍ରର ଏବେର ଗରମକୁ ସହି ହେଉନି କାହିଁକି…? ସୂର୍ଯ୍ୟକିରଣ କ’ଣ ଦୂଷିତ ହୋଇଗଲା । ? ବିଷମୟ ହୋଇ ପଡ଼ିଛି ଚଳିତ ବର୍ଷର ଏପ୍ରିଲ ଅଧାରୁ ଅନୂଭୂତ ହୋଇଥିବା ଖରା ଓ ଗୁଳୁଗୁଳି! ସାଧାରଣତଃ ଏପ୍ରିଲ ମାସର ଖରାକୁ ସହି ହୁଏ । ମେ’ ମାସ ଓ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଟାଣ ଖରା ସହ ଗୁଳୁ ଗୁଳି ହୁଏ । ଋକ୍ସ ପର୍ବର ଠିକ୍ ପୂର୍ବରୁ କିମ୍ବା ରଜ ପରେ ଓଡ଼ିଶାରେ ମୈାସୁମୀ ବର୍ଷା ହୋଇ ତାତିରୁ ମୁକ୍ତି ମିଳିଥାଏ । ହେଲେ ଚଳିତ ବର୍ଷ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏପ୍ରିଲ ଆରମ୍ଭରୁ ନାହିଁ ନ ଥିବା ଖରା । ଅଗ୍ନୀ ବର୍ଷା ହେଉଛି ରାସ୍ତା ଘାଟରେ । ଖରାର ପ୍ରଭାବ ଅତୀବ ବିଷମୟ ହୋଇଛି । କୁଣ୍ଡାଇ ହେଉଛି ଶରୀର ଏଥିଯୋଗୁଁ । ରାଜ୍ୟ ସରକାର ଅବଶ୍ୟ ଏହା ଉପରେ ନଜର ରଖିଛନ୍ତି । ପ୍ରଥମେ ଗରମ ଅସହ୍ୟ ହେବାର ଆକଳନ କରି ବିଦ୍ୟାଳୟଗୁଡ଼ିକୁ ୧୬ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ । ଏବେ ପୁଣି ଖରା ବଢ଼ୁଥିବାର ଦେଖି ପୁଣି ଆଜି ୧୯ ଓ ଆସନ୍ତା କାଲି ୨୦/୦୪/୨୩କୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଛୁଟି ଦିବସ ଭାବେ ସରକାର ଘୋଷଣା କରିଛନ୍ତି । ଏ ଗରମ ଚଳିତ ବର୍ଷ ଜୁନ-୧୫ ମଧ୍ୟରେ ଆତଙ୍କ ଖେଳାଇ ଦେବାର ଆଶଙ୍କା ସୃଷ୍ଟି କରିଛି । ଏବେଠୁ ଏତେ…. ଆଗକୁ କେତେ ବୋଲି ଲୋକେ କୁହାକୁହି ହେଉଛନ୍ତି । ବହୁ କର୍ମଜୀବୀ କାମକୁ ଯିବାରେ କଷ୍ଟ ସ୍ୱୀକାର କରୁଛନ୍ତି । ରୋଗିଣା ଲୋକେ କାମକୁ ନ ଯାଇ ଅଭାବରେ ପଡ଼ୁଛନ୍ତି । ସରକାର ଖାଲି ଛାତ୍ରଛାତ୍ରୀ ନୁହନ୍ତି ବରଂ ସମସ୍ତଙ୍କ ପାଇଁ ସହୃଦୟତା ପ୍ରକାଶ କରିବା ଉଚିତ୍ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close