ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଯାଜପୁର, ୦୩ା୦୪: ଆଜି ସୋମବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଏକ ମିଳିତ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାର ସମସ୍ତ ଅଧିକାରୀମାନେ ସହୃଦୟତାର ସହ ଅଭିଯୋଗଗୁଡିକର ସମାଧାନ ଦିଗରେ ତତ୍ପରତା ପ୍ରକାଶ କରିଥିଲେ । ଜନ ଶୁଣାଣି ଶିବିର ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା  ମାଜିଷ୍ଟ୍ରେଟ୍ ଚକ୍ରୱର୍ତୀ ସିଂହ ରାଠୋର ଅଭିହିତ କରିବା ସହ ଏହି ଅଭିଯୋଗ ଶିବିରରେ ଅଧ୍ୟକ୍ଷତା କରିଥିଲେ । ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ(ଏସ.ପି) ଭିନୀତ ଅଗ୍ରୱାଲା, ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଡଃ ଦିବ୍ୟଲୋଚନ ମହାନ୍ତ, ବି.ଡି.ଓ, ଯାଜପୁର ସୈାରଭ ଚକ୍ରବର୍ତୀ, ତହସିଲଦାର, ଯାଜପୁର ଜ୍ୟୋତିକାନ୍ତ ଭୁଜବଳ, ଡେପୁଟି କଲେକ୍ଟର, ସାଧାରଣ ଓ ବିବିଧ ପ୍ରପୁଂଲ ଚନ୍ଦ୍ର ମିଶ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ ।
                        ଆଜିର ଏହି ଅଭିଯୋଗ ପ୍ରକୋଷ୍ଠକୁ ସମୁଦାୟ ୧୩୨ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୧୨୫ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୭ଗୋଟି ସମୁହ ଅଭିଯୋଗ ଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିପଂ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ୧୪ଗୋଟି ଅଭିଯୋଗ ଥିବାବେଳେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ଜନିତ ୨୫ଗୋଟି ଅଭିଯୋଗ ଥିଲା । ଶିବିର ପ୍ରକୋଷ୍ଠରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ରାଠୋର ୫୦ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରିଥିଲେ । ପ୍ରକାଶଥାଊକି, ଚଳିତ ଏପ୍ରିଲ ୧୦ ତାରିଖ ସୋମବାର ଦିନ କୋରାଇ ବ୍ଳ୍‌କ କାର୍ଯ୍ୟାଳୟ ଠାରେ, ୧୭ ତାରିଖ ସୋମବାର ଧର୍ମଶାଳା ବ୍ଳ୍‌କ କାର୍ଯ୍ୟାଳୟ ଠାରେ ଏବଂ ୨୪ ତାରିଖ ସୋମବାର ଦାନଗଦୀ ବ୍ଳ୍‌କ କାର୍ଯ୍ୟାଳୟ ଠାରେ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ । ଏହି ସମସ୍ତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଉକ୍ତ ଅଭିଯୋଗ ଶୁଣାଣି ଶିବିର ମାନଙ୍କରେ ଜିଲ୍ଲାର ବରିଷ୍ଠ ପଦାଧିକାରୀବୃନ୍ଦ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ବରିଷ୍ଠ ଯନ୍ତ୍ରୀ ଏବଂ ସଂପୃକ୍ତ ବ୍ଳକର ବି.ଡି.ଓ. ଏବଂ ତହସିଲଦାରମାନେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତିି ଅଭିଯୋଗ ଗୁଡିକର ତ୍ୱରିତ୍ ସମାଧାନ ଶୁଣାଣିରେ ଜିଲ୍ଲାପାଳଙ୍କୁ ସହଯୋଗ ପ୍ରଦାନ କରିବେ ବୋଲି ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close