
ସାବାଡ଼ ହେବେ ସ୍କୁଲ ଓ କଲେଜ ପିଲା, ବିନା ଲାଇସେନ୍ସରେ,ବିନା ହେଲମଟରେ ଧରାପଡିଲେ ମୋଟାଅଙ୍କର ଜରିମାନା
ଭୁବନେଶ୍ୱର; ୨୭/୦୩(ଜ୍ୟୋତି ରଞ୍ଜନଙ୍କ ଠାରୁ) : ଦିନକୁ ଦିନ ଅମାନିଆ ଗାଡ଼ି ଚାଳକଙ୍କ ଜୀବନ ଯାଉଛି ସଡ଼କ ଦୁର୍ଘଟଣାରେ। ସବୁ ସ୍ଥାନରେ,ସବୁ ଦିନ କେଉଁଠି ନା କେଉଁଠି ସଡକ ଦୁର୍ଘଟଣା ଦେଖିବାକୁ ମିଳୁଛି । ଆଉ ବର୍ତ୍ତମାନ ସମୟରେ ପିଲାମାନେ ଯେଭଳି ବେପରୁଆ ଭାବରେ ଗାଡି ଚଳାଉଛନ୍ତି ସେଥିପାଇଁ ମଧ୍ୟ ଖୁବ ଦୁର୍ଘଟଣା ହେଉଛି । ସ୍କୁଲ ପିଲାଙ୍କୁ ଡ୍ରାଇଭିଙ୍ଗ ମନା ଥିବା ବେଳେ ମାନୁ ନାହାନ୍ତି ପିଲା। ବିଦ୍ୟାଳୟ କୁ ସ୍କୁଟି,ବାଇକ୍ ଧରି ଆସୁଥିବା ଦେଖା ଯାଉଛି। ବେଆଇନ ଗାଡି ଚଳାଉଥିବା ସ୍କୁଲ ପିଲାଙ୍କୁ ସାବାଡ କରିବା ପାଇଁ ଏକ କଡା ପଦକ୍ଷେପ ନିଆଯାଇଛି । କାଲି ଠାରୁ ଏପ୍ରିଲ ପ୍ରଥମ ସପ୍ତାହ ଶେଷ ପର୍ଯ୍ୟନ୍ତ ଏହି ସ୍ପେଶାଲ ଡ୍ରାଇଭ ଚାଲିବ ବୋଲି ସୂଚନା ମିଳିଛି । ଏନେଇ ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି ।ବିନା ଲାଇସେନ୍ସରେ ଡ୍ରାଇଭ କରୁଥିଲେ ପିଲାଙ୍କ ଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସହ ଯଦି ପିଲା ଧରା ପଡିଲା ତେବେ ଗାଡ଼ି ମାଲିକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଇଛି । ବିଶେଷ କରି ସ୍କୁଲ ଆଖ ପାଖରେ ଯାଞ୍ଚ କଡାକଡି ରହିବ ବୋଲି ସୂଚନା ମିଳିଛି ।