ଧନୁଯାତ୍ରାର ୭୫ବର୍ଷ ପୂର୍ତ୍ତିର ଉଦ୍‍ଯାପନୀ ମହାତ୍ସୋବରେ ବିଶିଷ୍ଟ ଲେଖକ ମାୟାଧର ନାୟକ ଦରବାର ମଞ୍ଚରେ ସମ୍ବର୍ଦ୍ଧିତ

ବରଗଡ: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ବରଗଡର ୭୫ବର୍ଷ ପୂର୍ତ୍ତିର ଶେଷଦିନ ୦୬.୦୧.୨୦୨୩ ତାରିଖ ଉଦ୍‍ଯାପନୀ ମହାତ୍ସୋବରେ ନିମନ୍ତ୍ରିତ ଅତିଥି ଭାବେ ଓଡିଶାର ବିଶିଷ୍ଟ ଲେଖକ ମାୟାଧର ନାୟକଙ୍କୁ ଦରବାର ମଞ୍ଚରେ ଶ୍ରୀକୃଷ୍ଣ ଉତ୍ତରୀୟ ଓ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ନାୟକଙ୍କ ଦ୍ୱାରା ଲିଖିତ ମହାଭାରତ କୁରୁକ୍ଷେତ୍ରର ‘ଯୁଦ୍ଧଭୂମି’ ପୁସ୍ତକ କୃଷ୍ଣ ବଳରାମଙ୍କୁ ଅର୍ପଣ କରାଯାଇଥିଲା । ସମ୍ବର୍ଦ୍ଧିତ ଶ୍ରୀ ନାୟକ କହିଲେ – ଏ ଯୁଦ୍ଧଭୂମି କେବେ କର୍ମଭୂମିରେ ପରିଣତ ହେବ ଏବଂ ଏ କର୍ମଭୂମି କେବେ ଜନସାଧାରଣଙ୍କ ଧର୍ମଭୂମିରେ ବିବର୍ତ୍ତିତ ହେବ । ଦ୍ୱାପର ଯୁଗରେ ତ ମହାପ୍ରତାପୀ କଂସ ମହାରାଜା, କୌରବକୂଳର କୁଳାଙ୍ଗାରମାନଙ୍କୁ ଧ୍ୱଂସ କଲେ । ଏ ଘୋର କଳିକାଳ ଯୁଗରେ ଆଜି କଳଙ୍କିତ, କଳାକୂବେରତନ୍ତ୍ରକୁ କେବେ ନିପାତ କରିବେ ? ଏବେ ବଂଶୀ ଥାଉ, ଚକ୍ରକୁ ତଲବ କରନ୍ତୁ । କେବେ ଏ ଦାରୁଣ ଦୁଃସ୍‍କାଳର ହେବ ଦେହାନ୍ତ !
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close