ଚୁନଭାଟି ସ୍କୁଲ ପରିସରରେ ଶିକ୍ଷୟିତ୍ରୀଙ୍କୁ ଅସାଧାଚାରଣ

ଯାଜପୁର,୨3/୧୨: ୨୦/୧୨ ମଧ୍ୟାନ୍ନ ସମୟରେ ଚୂନ ଭାଟି ପ୍ରକଳ୍ପ ବିଦ୍ୟାଳୟର ଜୈନିକ ଦିବ୍ୟାଙ୍ଗ ଶିକ୍ଷୟତ୍ରୀଙ୍କୁ କିଛି ଅସାଧୁଚରଣ ବ୍ୟକ୍ତି ବିଦ୍ୟାଳୟ ଚାଲୁଥିବା ସମୟରେ ପହଂଚି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ କୋରାଇ ବ୍ଲକ ଶିକ୍ଷା ଅଧିକାରୀ ନିକଟରେ ଅଭିଯୋଗ ହୋଇଛି। ସୂଚନା ଅନୁଯାଇ ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ୱରେ ଥିବା ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କ ଉପସ୍ଥିତିରେ ଏହି କାଯ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ କାହିଁକି ନିରବ ଦ୍ରଷ୍ଟା ସାଜିଲେ ତାହାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ତେବେ ପ୍ରଧାନ ଶିକ୍ଷୟତ୍ରୀ ଉପସ୍ଥିତିରେ ଏହି କାଯ୍ୟ ହୋଇଥିବାରୁ ତାଙ୍କ କାଯ୍ୟ କଳାପକୁ ନେଇ ସଂନ୍ଦେହ ସୃଷ୍ଟି ହୋଇଛି। କାହିଁକି ନା ଅସାମାଜିକ ବ୍ୟକ୍ତି ମାନେ ପ୍ରଧାନ ଶିକ୍ଷୟତ୍ରୀଙ୍କ ସପକ୍ଷରେ ଚାଲିବା ପାଇଁ ଧମକ ଦେଇଥିଲେ ଏବଂ ନ ଚାଲିଲେ ସ୍କୁଲ ଛାଡ଼ିଦିଅ ଏବଂ ଅନ୍ୟତ୍ର ଜାଗାକୁ ଚାଲିଯିବା ପାଇଁ ଧମକ ଦେଇଥିଲେ । ତେବେ ସରକାରୀ ଶିକ୍ଷା ଅନୁଷ୍ଠାନରେ ଏହି ଅସାଧୁ ବ୍ୟକ୍ତି ମାନଙ୍କୁ ନିଦ୍ୱନ୍ଦରେ ପ୍ରବେଶ କରିବା ପାଇଁ କେଉଁ ଅଦୃଶ୍ୟ ଶକ୍ତି କାମ କରୁଛି ତାହା ଏବେ ଜନସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଧାରଣରେ ରେ ପ୍ରଶ୍ନ ଉଠୁଛି ଯେଉଁଠି ସରକାରୀ ଶିକ୍ଷା ଅନୁଷ୍ଠାନ ରେ ଶିକ୍ଷୟତ୍ରୀ ସୁରକ୍ଷିତ ନାହାନ୍ତି ତେବେ ସେଠାରେ ପିଲାମାନଙ୍କ ଭବିଷ୍ୟତ ଅନ୍ଧ କାରକୁ ଗତି କରିବ ବୋଲି ଆଲୋଚନା ହେଉଛି। ତେବେ ଏ ନେଇ BEO କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା । ବିଦ୍ୟାଳୟର ଏହି ଘଟଣା ସମ୍ପର୍କ ରେ ବିଦ୍ୟାଳୟର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଏ ବାବଦକୁ କୌଣସି ତଥ୍ୟ ଦେବା ପାଇଁ ଯୋଗ୍ୟ ଅଧିକାରୀ ନୁହେଁ ବୋଲି ସୂଚନା ଦେଇଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close