ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ତରଫରୁ ଜାତୀୟ ଶକ୍ତି ସଂରଂକ୍ଷଣ ଦିବସ ପାଳିତ

ବ୍ୟାସନଗର,୧୪/୧୨(ଉ. ନ୍ୟୁଜ୍ ବ୍ୟୁରୋ): ଆଜି ବୁଧବାର ପୂର୍ବାହ୍ନରେ ‘ଜାତୀୟ ଶକ୍ତି ସଂରକ୍ଷଣ ଦିବସ’ ସ୍ଥାନୀୟ ଚୋରଦା ସ୍ଥିତ ବ୍ୟାସନଗର ବରିଷ୍ଠ ନାଗରିକ ମଂଚ କରର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ମଂଚର କାର୍ଯ୍ୟକାରୀ ସଭାପତି ଡ଼ା. ନୃସିଂହ ଚରଣ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ସହ-ସଂପାଦକ ପ୍ରଫୁଲ୍ଲ କୁମାର ନାୟକ, ଘନଶ୍ୟାମ ରାଉତ, ଲମ୍ବୋଦର ମଲ୍ଲିକ, ସନାତନ ମଲ୍ଲିକ ପ୍ରମୁଖ ଯୋଗ ଦେଇ କହିଥିଲେ ଯେ, ବ୍ୟାପକ ସଚେତନତା ଦ୍ୱାରା ଶକ୍ତିର ସରଂକ୍ଷଣ ହୋଇପାରିବ । ପ୍ରତି ବର୍ଷ ଡ଼ିସେମ୍ବର ୧୪ ତାରିଖରେ ଏହି ଦିବସ ପାଳନ କରାଯାଇ ଶକ୍ତି ସଂରକ୍ଷଣ ପାଇଁ ଆହ୍ୱାନ ଦିଆଯାଇଥାଏ । ବିଦ୍ୟୁତ୍ ଶକ୍ତିର ଅପଚୟ ନ କରି ଏହାର ପରିଚାଳନାକୁ ସୁଗମ କରିବା ସହ ପରିବେଶକୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ମତପ୍ରକାଶ ପାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ସାମଲ, ଯୁଧିଷ୍ଠିର ମଲ୍ଲିକ, ବଟକୃଷ୍ଣ ପ୍ରଧାନ, ଲୋକନାଥ ରାଉତ, ଡ଼ଃ. ନିକୁଞ୍ଜ ବିହାରୀ ଧଳ, ଅରୁଣା ଖଣ୍ଡାଇ, ନଳିନୀପ୍ରଭା ପରିଡ଼ା, କମଳିନୀ ସାମଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ଅଶ୍ୱିନୀ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close