ଯାଜପୁର ସଂସ୍କୃତି ଭବନ ପରିସରରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ

ଯାଜପୁର, ୨୧ା୦୯: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଆଜାଦି କା ଅମୃତ ମହୋତ୍ସବକୁ ସ୍ମରଣୀୟ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ବୁଧବାର ଜିଲ୍ଳ୍‌ା ସଦର ମହକୁମା ସ୍ଥିତ ସଂସ୍କୃତି ଭବନ ପରିସରରେ ଏହାକୁ ବିପୁଳ ସ୍ୱାଗତ କରାଯାଇଚ୍ଥି । ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରି ରାଜ୍ୟବାସୀଙ୍କ ଭିତରେ ଦେଶପ୍ରେମର ଭାବ ଜାଗ୍ରତ କରିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ତରପଂରୁ ଅହିଂସା ରଥ ଭିଡିଓ ଚିତ୍ର ପ୍ରଦର୍ଶନୀ ମଙ୍ଗଳବାର ଠାରୁ ଯାଜପୁର ଜିଲ୍ଳ୍‌ା ପରିକ୍ରମା କରୁଚ୍ଥି । ଏହି ଅବସରରେ ବୁଧବାର ପୂର୍ବାହ୍ନରେ ଅହିଂସା ରଥ ସଂସ୍କୃତି ଭବନ ପରିସରରେ ପହଞ୍ଚିଥିଲା । ଯାଜପୁର ପୈାରପାଳିକାର ଅଧ୍ୟକ୍ଷା ରଂଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳ୍‌ିକ, ବିଭିନ୍ନ ବିଦ୍ୟାଳୟର ଚ୍ଥାତ୍ରଚ୍ଥାତ୍ରୀ, ଅଙ୍ଗନୱାଡି କର୍ମୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଏହି ସ୍ୱାଗତ ପର୍ବରେ ସାମିଲ ହୋଇଥିଲେ । ଆହ୍ୱାନ ଅନୁଷ୍ଠାନ ପକ୍ଷରୁ କଳାକାରମାନେ ଦେଶାତ୍ମବୋଧକ ନୃତ୍ୟ ଓ ନାଟକ ପରିବେଷଣ କରିଥିଲେ । ଅହିଂସା ରଥ ଯାଜପୁର ସହର ପରିକ୍ରମା କରିବା ସହିତ ମହାପୁରୁଷଙ୍କ କଥାଚିତ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା । ପରେ ପରେ ଅହିଂସା ରଥ ଯାଜପୁର ବ୍ଳ୍‌କ ଅଭିମୁଖେ ଯାତ୍ରା କରିଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close