କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଗସ୍ତ

ଯାଜପୁର,୦୯/୦୯ (ନି ପ୍ର) : କେନ୍ଦ୍ର ସରକାରଙ୍କ ମାନ୍ୟବର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ଚରଣ ମୁଣ୍ଡା ଯାଜପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଚ୍ଥନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ମାନ୍ୟବର ମନ୍ତ୍ରୀ ଶ୍ରୀ ମୁଣ୍ଡା ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ସଦର ମହକୁମାରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅନ୍ତର୍ଗତ ବିଭିନ୍ନ ବିକାଶ କାର୍ଯ୍ୟକ୍ରମର ଅଗ୍ରଗତି ଓ ଜିଲ୍ଲାର ଲକ୍ଷ୍ୟ ପୂରଣ ଦିଗରେ ନିଆଯାଉଥିବା ପଦକ୍ଷେପମାନ ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ । ବିଶେଷ କରି ଯାଜପୁର ଏକ ନୂତନ ଜିଲ୍ଲା ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ବିକାଶ ଧାରାରେ କି ପ୍ରକାର ପରିବର୍ତ୍ତନ ଅଣିପାରିଚ୍ଥି ତାହା ଆମେ ଉପଲବ୍ଧି କରିବା ଦରକାର । ସେହିପରି ଜିଲ୍ଲା ଯୋଜନା, ରାଜ୍ୟ ଯୋଜନା ଏବଂ କେନ୍ଦ୍ର ଯୋଜନା ଗୁଡିକର ସପଂଳ ରୂପାୟନ ପାଇଁ ମନ୍ତ୍ରୀ ଶ୍ରୀ ମୁଣ୍ଡା ସନ୍ତୋଷ ବ୍ୟକ୍ତ କରିବା ସହ ଜିଲ୍ଳ୍‌ା ପ୍ରଶାସନକୁ ଆହୁରି ଆଗକୁ ବଢିବା ସହ ଜିଲ୍ଳ୍‌ାକୁ ଏହିସବୁ ଯୋଜନା ପାଇଁ ଅଧିକରୁ ଅଧିକ ପାଣ୍ଠି କିପରି ଆସିପାରିବ ସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଜଙ୍ଗଲ ଓ ଆଦିବାସ ଉଭୟ ଉଭୟଙ୍କ ପରିପୂରକ । ଏଣୁ ଜଙ୍ଗଲ ସୁରକ୍ଷା ସହିତ ଆଦିବାସୀ ମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ, ସେ ଦିଗରେ ଜିଲ୍ଲା ପ୍ରଶାସନ ସଠିକ ଢଙ୍ଗରେ କାର୍ଯ୍ୟକରି ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ସୃଷ୍ଟି କରୁ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଳ୍‌ାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପ୍ରଣୟନ ଦିଗରେ ନିଆଯାଉଥିବା ପଦକ୍ଷେପ ଉପରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ସହିତ ସଂଶ୍ଳିଷ୍ଟ ବିଭିନ୍ନ ବିଭାଗ ତରପଂରୁ ପ୍ରସ୍ତୁତ କରାଯାଇଥିବା ତଥ୍ୟ ଗୁଡିକୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ପିପିଟି ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଏହି ବୈଠକରେ ମୁଖ୍ୟତଃ ଆଦିବାସୀ ବ୍ୟାପାର, ଜଙ୍ଗଲ, ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ସ୍ୱଚ୍ଚ୍ଥତା, ମନରେଗା, କୃଷି, ଯୋଗାଣ, ସମାଜ ମଙ୍ଗଳ ଆଦି କେନ୍ଦ୍ରୀୟ ଯୋଜନା ଗୁଡିକ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close