‘ଶିବାନନ୍ଦନଗର ସୋସିଆଲ ୟୁଥ୍ କ୍ଲବ’ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ
ବ୍ୟାସନଗର, ୦୧/୦୯: ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ୦୩ ନଂ. ୱାର୍ଡର ଫେରୋକ୍ରୋମ କଲୋନି ଗେଟ ନିକଟରେ ‘ଶିବାନନ୍ଦନଗର ସୋସିଆଲ ୟୁଥ୍ କ୍ଲବ’ ତରଫରୁ ଚଳିତ ବର୍ଷ ପ୍ରଭୂ ଗଜାନନଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହେଉଅଛି । ପୂଜା ସହିତ ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । କରୋନା କଟକଣା ପାଇଁ ଗତ ୦୨ ବର୍ଷ ହେଲା ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଗିତ ଥିବା ବେଳେ ଚଳିତ ବର୍ଷ ପୁଣି ରକ୍ତଦାନ ଶିବିର ‘ସମ୍ବାଦ’-‘ଆମ ଓଡ଼ିଶା’ ସହଯୋଗରେ କରାଯାଇଛି । ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୨୩ଜଣ ରକ୍ତଦାତା ଭାଗ ନେଇ ୨୩ ୟୁନିଟ୍ ରକ୍ତ ପ୍ରଦାନ କରିଥିଲେ । ଶିବିରକୁ ଯୁବ ନେତା ଅନୂପ କୁମାର ନାୟକ ଫିତା କାଟି ଉଦ୍ଘାଟନ କରିଥିଲେ । ଏଥିରେ ଶ୍ରମିକ ନେତା ପରମାନନ୍ଦ ସେଠୀ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, କ୍ରୀଡ଼ାବିତ୍ ବି.ଏସ.କେ ସାମଲ, କାଉନସିଲର ଅନୂପମା ତରାଇ, ସୁଶାନ୍ତ ନାୟକ, ପରମାନନ୍ଦ ଦାସ, ଆଡଭୋକେଟ ବିଦ୍ୟାଧର ମହାନ୍ତି, ଅକ୍ଷୟ ରାଉତ, ହିମାଂଶୁ ମଲ୍ଲିକ, ଚନ୍ଦନ ବୋଷ, ରାଜେଶ ମହାନ୍ତି, ସ୍ୱସ୍ତିରଂଜନ ସ୍ୱାଇଁ, ଉତ୍କଳ କେଶରୀ ଜେନା, ଶୁଭ୍ରାଂଶୁ ନାୟକ, ବିଶ୍ୱଜିତ ପଣ୍ଡା, ବିଷ୍ଣୁପଦ ଜେନା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରକ୍ତଦାନ କରିଥିବା ବ୍ୟକ୍ତିମାନେ ହେଲେ-ଯଶୋବନ୍ତ ମଲ୍ଲିକ, ଆଦିତ୍ୟ ହାଁସଦା, ତନ୍ମୟ ପ୍ରିୟଦର୍ଶୀ ହାଁସଦା, ରବୀନ୍ଦ୍ର ମହାରଣା, ସତ୍ୟପ୍ରକାଶ ତରାଇ, ହରପଦ ଯେନା, ଦୁଷ୍ମନ୍ତ ତରାଇ, ଉମାକାନ୍ତ ସାହୁ, ସୈାମ୍ୟରଂଜନ ମଲ୍ଲିକ, ସୈାମ୍ୟରଂଜନ ନାୟକ, ଜୀବନଜ୍ୟୋତି ବେହେରା, ଅଜୟ କୁମାର ରାଉତ, ଅବିନାଶ ସ୍ୱାଇଁ, ପ୍ରଦ୍ୟୁମ୍ନ କୁମାର ମାଝୀ, ସୁଶାନ୍ତ ନାୟକ, ଗୋପାଳ ଚରଣ ସେଠୀ, ବିଭୂପ୍ରସାଦ ଯେନା, ମନୋରଂଜନ ତ୍ରିପାଠୀ, ଅଭିଜିତ୍ ରାଉଳ, ବିଭୂସୁନ୍ଦର ପତି, ଶାଶ୍ୱତ କୁମାର ସ୍ୱାଇଁ, କ୍ଷିତିଶ କୁମାର ବାରିକ ଓ ଜ୍ଞାନରଂଜନ ବାରିକ ।
କାର୍ଯ୍ୟକ୍ରମକୁ ସଂପାଦନା କରିବାରେ ‘ଆମ ଓଡ଼ିଶା’ର ସୁଧାଂଶୁ ନାୟକ ଓ ବିଜୟ କୁମାର ସାହୁ ଏବଂ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନିରଂଜନ ଜେନା, ସବ୍ୟସାଚୀ ଜେନା, ସାଗରିକା ସାମଲ, ସୁନସଫ ଖାଁ ପ୍ରମୁଖ ମୁଖ୍ୟ ଭୂମିକା ନିଭାଇ ଥିଲେ ।