‘ଇ.ଏସ.ଆଇ.ସି’ ରାଜ୍ୟ କାର୍ଯ୍ୟାଳୟରେ ୭୬ତମ ସ୍ୱାଧିନତା ଦିବସ ପାଳିତ; ଡ଼ାଇରେକ୍ଟର ପି. ଏସ. ପଣ୍ଡାଙ୍କ ଦ୍ୱାରା ଜାତୀୟ ପତାକା ଉତୋଳିତ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଭୁବନେଶ୍ୱୁର, ୧୬/୦୮(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ରୂପାଲି ଛକ ନିକଟସ୍ଥ ଜନପଥ ସ୍ଥିତ ଓଡ଼ିଶା କ୍ଷେତ୍ରୀୟ ରାଜ୍ୟ କର୍ମଚାରୀ ବୀମା (ଇ.ଏସ.ଆଇ.ସି) ମୁଖ୍ୟାଳୟରେ ଆଂଚଳିକ ନିର୍ଦ୍ଦେଶକ ପାର୍ଥ ସାରଥି ପଣ୍ଡା ୭୬ତମ ସ୍ୱାଧିନତା ଦିବସ ଉପଲକ୍ଷେ ଏଠାରେ ଜାତୀୟ ପତାକା ଉତୋଳନ କରିଥିଲେ । ଉପସ୍ଥିତ କର୍ମଚାରୀ ଓ ଅଧିକାରୀମାନଙ୍କୁ ଦେଶ ସ୍ୱାଧିନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ଦେଶବ୍ୟାପି ପାଳନ କରାଯାଉଥିବା ‘ଅମୃତ ମହେତ୍ସବ’ ଏବଂ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ସଂର୍ପକରେ ଆଲୋକପାତ କରି ଦେଶ ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଉପଲକ୍ଷେ ଶ୍ରୀଯୁକ୍ତ ପଣ୍ଡାଙ୍କ ଉଦ୍ୟମରେ ଓଡ଼ିଶା କ୍ଷେତ୍ରୀୟ ‘ଇ.ଏସ.ଆଇ.ସି’ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ଯଥା-ମିଷ୍ଟାନ୍ନ ବଂଟନ, ରାସ୍ତାକଡ଼ ବେପାରୀଙ୍କୁ ‘ଅଳିଆ ଡ଼ବା’ (ଡ଼ଷ୍ଟବିନ୍) ପ୍ରଦାନ ଆଦି । ଏଥିରେ ଇ.ଏସ.ଆଇ.ସିର ବହୁ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ପବିତ୍ର ସ୍ୱାଧିନତା ଦିବସ ପାଳନ କରିଥିଲେ ।