ମାଟି ଘରର କାନ୍ଥ ପଡ଼ି ଜଣେ ବ୍ୟକ୍ତି ଗୁରୁତର ଆହତ

ମୟୂରଭଞ୍ଜ/ଠାକୁରମୁଣ୍ଡା ; ୧୪/୦୮ ( ଲକ୍ଷ୍ମି ନାରାୟଣ ରାଉତରାୟଙ୍କ ଠାରୁ : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ତହସିଲ ଅନ୍ତର୍ଗତ ତରାମରା ଗ୍ରାମପଞ୍ଚାୟତର ଦରଦରା ସାହିରେ ଏକ ଗରୀବ ପରିବାରର ଲଗାଣ ବର୍ଷା କାରଣରୁ ,ମାଟି ଘରର କାନ୍ଥ ପଡ଼ି ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ସାହିର ସ୍ବର୍ଗତ ଡିବା ସିଂ ହୋ ଙ୍କ ପୁଅ ରାମ ସିଂ ହୋ (୫୫) ଗୁରୁବାର ରାତିରେ ଖାଇ ପିଇ ସାରି ନିଜର ଝାଟିମାଟି ଚାଳ ଘରେ ସ୍ତ୍ରୀ ସଞ୍ଜୁ ନାଏକ ଏବଂ ୧୨ ବର୍ଷ ର ଝିଅ ରଶ୍ମିତା ନାଏକ ଙ୍କ ସହିତ ଶୋଇଥିଲେ।ଏକ ସପ୍ତାହ ରୁ ଉର୍ଦ୍ଧ୍ବ ହେବ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଶନିବାର ସକାଳ ପ୍ରାୟ ୫ ଟା ସମୟରେ ରାମ ସିଂ ହୋ ଶୋଇଥିବା ଘରର କାନ୍ଥ ଭୁଶୁଡ଼ି ତାଙ୍କ ଉପରେ ପଡ଼ିଯାଇଥିଲା। ସ୍ତ୍ରୀ ଏବଂ ଝିଅ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ରାମ ସିଂ ଗୁରୁତର ଆହତ ହୋଇଥିଲେ। ସାଂଗେ ସାଂଗେ ସ୍ତ୍ରୀ ତାଙ୍କୁ ଏକ ଅଟୋ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ରାମ ସିଂ ର ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ବେଳେ ଅଣ୍ଟା,ଛାତି ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ନିମନ୍ତେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିବା ଜଣାପଡିଛି

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close