
ଯାଜପୁରରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଯାଜପୁର : ଜନସଂଖ୍ୟା ନିୟନ୍ତ୍ରଣରେ ଓଡିଶା ଉଲ୍ଲେଖନୀୟ ସପଂଳତା ହାସଲ କରିଚ୍ଥି । ଏଥିପାଇଁ ପରିବାର ନିୟୋଜନ ଊପରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଚ୍ଥି । ପରିବାର ନିୟୋଜନ ହିଁ ଜନସଂଖ୍ୟା ବିସ୍ପୋରଣକୁ ରୋକିବାକୁ ସମର୍ଥ ହୋଇପାରିବ । ପରିବାର ନିୟୋଜନ ଏକ ସାମାଜିକ ଦାୟିତ୍ୱ । ଜିଲ୍ଳ୍ାରେ ଜନସଂଖ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହେବା ସହ ତୃଣମୂଳ ସ୍ତରରେ ଆଶା କର୍ମୀମାନେ ଉଲ୍ଲେଖନୀୟ କାର୍ଯ୍ୟ କରିବା ଦରକାର ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିରଂଚି ନାରାୟଣ ବାରିକ ମତ ପ୍ରକାଶ କରିଚ୍ଥନ୍ତି । ଏହି ଉପଲକ୍ଷେ ଗତ ସୋମବାର ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଯାଜପୁର ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ–୨୦୨୨ ପାଳନ ଅବସରରେ ଡା. ଶ୍ରୀ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା ପ୍ରକାଶ କରିବା ସହ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ନାରୀ ଶିକ୍ଷା ହିଁ ଜନସଂଖ୍ୟାକୁ ନିୟନ୍ତ୍ରଣରେ ରଖିବ । ନାରୀ ଶିକ୍ଷା ଓ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେବା ସହିତ ସମାଜରେ ଅଧିକରୁ ଅଧିକ ଝିଅଙ୍କୁ ଶିକ୍ଷିତ ହେବାର ଆବଶ୍ୟକତା ରହିଚ୍ଥି ବୋଲି ଉପସ୍ଥିତ ଚିକିତ୍ସାଧିକାରୀ ମାନେ ମତବ୍ୟକ୍ତ କରିଥିଲେ । ୨୦୧୦ ମସିହାରୁ ଆମ ଦେଶରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇ ଆସୁଚ୍ଥି । ଚଳିତ ବର୍ଷ ଓଡିଶାରେ ବିଶ୍ୱ ଜନସଂଖ୍ୟା ଦିବସ ପାଇଁ “ପରିବାର ନିୟୋଜନକୁ ଆପଣାନ୍ତୁ, ଉନ୍ନତିର ନୂତନ ଅଧ୍ୟାୟ ଲେଖନ୍ତୁ” ସ୍ଳୋଗାନ ରଖାଯାଇଚ୍ଥି । ଏହି କ୍ରମରେ ଜିଲ୍ଲାରେ ଜୁନ ୨୭ରୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ସଚେତନତା ପକ୍ଷ ପାଳନ କରାଯାଇଥିଲା ଏବଂ ଜୁଲାଇ ୧୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ସ୍ଥିରତା ପକ୍ଷ ପାଳନ କରାଯାଉଚ୍ଥି । ଏଣୁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ସହିତ ଏ ଦିଗରେ ସଚେତନ ହେଲେ ଜନ ବିଷ୍ପୋରଣକୁ ଏଡାଇ ଦେଇ ପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଧାଂଶୁ ଶେଖର ବଳ, ଡା. ସୁବାଶିଷ ମହାରଣା, ଡା. ରମେଶ ଚନ୍ଦ୍ର ମଲ୍ଳ୍ିକ, ଏପିଡୋମୋଲୋଜିଷ୍ଟ ଡା. ପାର୍ଥସାରଥୀ ମିଶ୍ର, ଡି.ପି.ଏଚ୍.ସି.ଓ ରୁକ୍୍ମିଣୀ ବେହେରା, ଲକ୍ଷ୍ମୀଧର ମହାପାତ୍ର, ମଧୁସ୍ମିତ ପାଢୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ ପୂର୍ବକ ଉକ୍ତ ଦିବସର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।