“ମୁଁ ବି ଯିବି ଭୁବନେଶ୍ୱର ” ପାଇଁ ଡାକରା, ଯାଜପୁର ଜିଲ୍ଲାରେ ଚିଟଫଣ୍ଡ କ୍ଷତି ଗ୍ରସ୍ତ ଜମାକାରୀଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର /କୁଆଖିଆ ; ୩୦/୦୫(ବସନ୍ତ କୁମାର ପାତ୍ରଙ୍କ ଠାରୁ : ଆର୍ଥିକ ସଂସ୍ଥା ମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ର ଆହ୍ୱାନ କ୍ରମେ ଯାଜପୁର ଜିଲ୍ଲା ର ଵ୍ୟାସସରୋବର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରବିବାର ଦିନ ୧୧ଟା ବେଳେ ଵିଷ୍ଣୁ ଚରଣ ଜେନାଙ୍କ ସଭାପତିତ୍ୱ ରେ ଜମାକାରୀମାନେ ଏକତ୍ରିତ ହୋଇ ନିଜ କାଷ୍ଟାର୍ଜିତ ପଇସା ଫେରିବା ପାଇଁ ଭୁବନେଶ୍ୱର ଯିବାକୁ ନିଷ୍ପତି ନେଇଛନ୍ତି । ସେହିପରି ଅପରାହ୍ନ ୪ଟା ସମୟରେ କୁଆଖିଆ ମେଳଣ ପଡିଆଠାରେ ଜମାକାରୀମାନେ ମଧ୍ୟ ଉମେଶ ସାହୁଙ୍କ ସଭାପତିତ୍ୱ ରେ କୁଆଖିଆ ଅଂଚଳ ର ଜମାକାରୀ ମାନେ ଏକତ୍ରିତ ହୋଇ ଆନ୍ଦୋଳନ କୁ ବ୍ୟାପକ କରିବାକୁ ଆଲୋଚନା କରିଥିଲେ ।ଦୀର୍ଘ ନଅ ବର୍ଷ ଅପେକ୍ଷା କରି ଜମାକାରୀ ମାନେ ସେମାନଙ୍କ ପଇସା ଫେରି ପାଇ ନ ଥିବାରୁ ଧର୍ଯ୍ୟର ବିଚ୍ୟୁତ ଘଟିଛି ଓ ତାର ପ୍ରତିବାଦରେ ସମସ୍ତେ ଭୁବନେଶ୍ୱର ଯିବାକୁ ନିଷ୍ପତି ନେଇଛନ୍ତି ।ଏହି ପରିପ୍ରେକ୍ଷୀରେ ମଞ୍ଚ ର ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ, ଯୁଗ୍ମ ଅବାହିକା ଅନୁରାଧ ସୁବୁଦ୍ଧି, ଯୁଗ୍ମ ସମ୍ପାଦକ ଉମେଶ ଚନ୍ଦ୍ର ନାୟକ, ଧାମନଗର ବ୍ଲକର ସଭାପତି ରାଜେନ୍ଦ୍ର ସାହୁ, ଯାଜପୁର ର ଆଶିଷ ଶତପଥି, ଅର୍ଜୁନ ବେହେରା,ତିଗମାଂଶୁ ମହାରଣା. ଏସ କେ ବାରିକ ପ୍ରମୁଖ ଯୋଗ ଦେଇ ସରକାରଙ୍କ ପ୍ରତିଶୃତି ପ୍ରତାରଣା ରେ ପରିଣତ ହୋଇଛି ବୋଲି ନିଜ ନିଜର କ୍ଷୋଭ ପ୍ରକାଶ କରିଥିଲେ ଓ ଆନ୍ଦୋଳନ କୁ ଅନ୍ତିମ ପର୍ଯ୍ୟାୟ ରେ ପହଞ୍ଚେଇବାକୁ ଆହ୍ୱାନ କରିଥିଲେ ।ମଧୁସୂଦନ ବିଶ୍ୱାଳ,ସାଧାରଣ ସମ୍ପାଦକ, ଜମାକାରୀ ମିଳିତ ମଞ୍ଚ ମୋବାଇଲ :9437140931

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close