ଭବିଷ୍ୟତର ସବୁଠୁ ଭରସା ଯୋଗ୍ୟ ସାଥି ସୂର୍ଯ୍ୟ-ପ୍ରଧାନମନ୍ତ୍ରୀ ମୋଦୀ ଜୀ

ଅନ୍ତରାଷ୍ଟ୍ରୀୟ ସୂର୍ଯ୍ୟ ଦିବସ:

ଭବିଷ୍ୟତର ସବୁଠୁ ଭରସା ଯୋଗ୍ୟ ସାଥି ସୂର୍ଯ୍ୟ

ସାରା ଦୁନିଆରେ ମାନବ ସମାଜ ଯେତିକି ଶକ୍ତି ବର୍ଷ ତମାମ ଉପଯୋଗ କରୁଛି, ସେତିକି ଶକ୍ତି ଗୋଟିଏ ଘଣ୍ଟାରେ ସୂର୍ଯ୍ୟ ପୃଥିବୀକୁ ଦାନ କରୁଛନ୍ତି ଏଣୁ ଜଳବାୟୁ ସଙ୍କଟ ହେତୁ ଯେତେବେଳେ ସାରା ବିଶ୍ୱ ମାନବ ଜାତିର ଅସ୍ତିତ୍ୱକୁ ନେଇ ଆଶଙ୍କା ବ୍ୟକ୍ତ କରୁଛି, ସେତେବେଳେ ସୌର ଶକ୍ତି ବିଶେଷ ପ୍ରାସଙ୍ଗିକ ମନେହୁଏ ବିଗତ ବର୍ଷ ଗ୍ଲାସ୍ଗୋଠାରେ ଏ ବିଷୟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକୁଏକସୂର୍ଯ୍ୟଏକବିଶ୍ୱଏକଗ୍ରୀଡ୍‌’ ମନ୍ତ୍ରରେ ଅଭିଭୂତ କରିଥିଲେ ଏହା ବଦଳୁଥିବା ସମୟରେ ସବୁଠାରୁ ବଡ଼ ଆବଶ୍ୟକତା ସୌର ଶକ୍ତିର ଉପଯୋଗକୁ ପ୍ରୋତ୍ସାହନ ଦେଇ ସବୁ ବର୍ଷ ମେ’ 3 ତାରିଖକୁ ଅନ୍ତରାଷ୍ଟ୍ରୀୟ ସୂର୍ଯ୍ୟ ଦିବସ ପାଳନ କରାଯାଉଛି ଏଭଳି କ୍ଷେତ୍ରରେ ଭାରତ କେବଳ ନିଜର ସୌର ଶକ୍ତି ଉତ୍ପାଦନ କ୍ଷମତାକୁ ବୃଦ୍ଧି କରୁଛି ତାହା ନୁହେଁ, ବରଂ ଦୁନିଆର ତମାମ ଦେଶଗୁଡ଼ିକ ମଧ୍ୟରେ ଏକମାତ୍ର ଦେଶ ଭାବେ ନବୀକରଣ ଶକ୍ତି କ୍ଷେତ୍ରରେ ଯାହା ସଂକଳ୍ପ ନେଉଛି ତାହାକୁ ଧାର୍ଯ୍ୟ ସମୟ ପୂର୍ବରୁ ହାସଲ କରୁଛି

        ଜାତୀୟ ସୌର ମିଶନ-2010 ଅଧୀନରେ 2022 ସୁଦ୍ଧା 20 ଗିଗାୱାଟ ସୌର ଶକ୍ତି କ୍ଷମତା ହାସଲ କରିବାକୁ ଭାରତ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ସ୍ୱଚ୍ଛ ଶକ୍ତି ପ୍ରତି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ 2015 ମସିହାରେ ଏହାକୁ ସଂଶୋଧନ କରି 100 ଗିଗାୱାଟ ସୌର ଶକ୍ତି ଉତ୍ପାଦନ ଲକ୍ଷ୍ୟ ସ୍ଥିର କରାଗଲା ବର୍ତ୍ତମାନ ଲକ୍ଷ୍ୟ ହେଉଛି 2030 ସୁଦ୍ଧା 280 ଗିଗାୱାଟ ସୌର ଶକ୍ତି ଅମଳକରିବା

      ସୌର ଶକ୍ତି ଅମଳ କ୍ଷେତ୍ରରେ ସର୍ବାଧିକ ଯୋଗଦାନ ଛାତ ଉପର ସୌର ଶକ୍ତି (40 ପ୍ରତିଶତ) ହୋଇଥିବା ବେଳେ ସୋଲାର ପାର୍କରୁ 40 ପ୍ରତିଶତ ହୋଇଥାଏ 2030 ସୁଦ୍ଧା 280 ଗିଗାୱାଟ ସୌର ଅମଳ ଲକ୍ଷ୍ୟ ରଖି 9,500କୋଟି ଟଙ୍କାର ଏକ ଉତ୍ପାଦନ ଲିଙ୍କ୍ଡ ପ୍ରୋତ୍ସାହନଏଥିଲାଗି ଆରମ୍ଭ କରାଯାଇଛି

ପ୍ରଧାନମନ୍ତ୍ରୀ କୁସୁମ ମହାଭିଯାନ ମାଧ୍ୟମରେ ଟାଙ୍ଗରା ଭୂଇଁରେ ସୌର ଶକ୍ତି ଉତ୍ପାଦନ କରି କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ପଦକ୍ଷେପ ହାତକୁ ନିଆଯାଇଛି ଭାରତର ପ୍ରତ୍ୟେକ ରାଜ୍ୟରେ ଅତି କମରେ ଗୋଟିଏ ସୌର ସହର ପ୍ରତିଷ୍ଠା ପାଇଁ କାର୍ଯ୍ୟ ଚାଲିଛି

ଆନ୍ତର୍ଜାତୀୟ ସୌର ଆଲାଇନ୍ସ:-

30 ନଭେମ୍ବର 2015ରେ ପ୍ୟାରିସରେ ଆୟୋଜିତ ହୋଇଥିବା ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ କନ୍ଭେନ୍ସନ୍ଫ୍ରେମ୍ୱର୍କ21ତମ ବୈଠକରେ ଭାରତ ଏବଂ ଫ୍ରାନ୍ସ ଆନ୍ତର୍ଜାତୀୟ ସୌର ମିଳିତ ମଞ୍ଚ ପ୍ରତିଷ୍ଠା କରିଥିଲେ । ଏହାର ମୁଖ୍ୟାଳୟ ଗୁରୁଗ୍ରାମ‘ (ହରିୟାଣା)ରେ ଅବସ୍ଥିତ ଏହି ଅବସରରେ ଆମେରିକା ଆନ୍ତର୍ଜାତୀୟ ସୌର ଆଲାଇନ୍ସର 101ତମ ସଦସ୍ୟ ଦେଶ ଭାବେ ସାମିଲହୋଇଥିଲା ସମ୍ପ୍ରତି ନେପାଳ ମଧ୍ୟ ଏହାର ସଦସ୍ୟ ହୋଇଛି

     ବିକାଶ କ୍ଷେତ୍ରରେ ଭାରତ ଯେମିତି ନୂଆ ନୂଆ ମାଇଲ୍ଷ୍ଟୋନ୍ହାସଲ କରୁଛି, ଆମର ଆଶାଆକାଂକ୍ଷା ସେତିକି ବଢ଼ି ଚାଲିଛି ଶକ୍ତି ବା ବିଜୁଳି ଆବଶ୍ୟକତା ମଧ୍ୟ ବଢ଼ିଚାଲିଛି ଏପରି କ୍ଷେତ୍ରରେ ଆତ୍ମନିଭର ଭାରତ ପାଇଁ ବିଜୁଳି କ୍ଷେତ୍ରରେ ସ୍ୱାବଲମ୍ବନ ହେବା ମଧ୍ୟ ସେତିକି ଆବଶ୍ୟକ ଏଥିରେ ସୌର ଶକ୍ତି ଆମକୁ ଯଥେଷ୍ଟ ସହାୟକ ହେବଏବଂଭାରତରେଏହି ଶକ୍ତିର ବିକାଶ ଲାଗି ଆମ ପ୍ରୟାସ ଜାରି ରହିଛି

                                                  ନରେନ୍ଦ୍ର ମୋଦୀ, ମାନ୍ୟବର ପ୍ରଧାନମନ୍ତ୍ରୀ, ଭାରତ, ନୂଆଦିଲ୍ଲୀ ।

                                                   (ସୈାଜନ୍ୟ: ନ୍ୟୁ ଇଣ୍ଡିଆ ସମାଚାର (ମେ ୦୧-୧୫, ୨୦୨୨) )

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close