ମା ମଙ୍ଗଳା ସ୍ଵେଛାସେବୀ ସଂଗଠନର ମହାନତା – ଏକ ଗଳକଣ୍ଠ ରୋଗୀଙ୍କ ଆରୋଗ୍ୟ ଲାଭ

ମୟୁରଭଞ୍ଜ ; ୦୮/୦୫ ( ଲକ୍ଷ୍ମି ନାରାୟଣ ରାଉତରାୟଙ୍କ ଠାରୁ) : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ତାଳପଦା ଗ୍ରାମର ଜଣେ ବାପା ମାଆ ଛେଉଣ୍ଡ ୩୦ ବର୍ଷର ମହିଳା ଗୀତା ବାରିକ୍, ସେ ଦୀର୍ଘ ଦିନ ଧରି ଗଲକଣ୍ଠକ ରୋଗରେ ପୀଡିତ ଥିଲେ। ଅର୍ଥ ଅଭାବରୁ ଅପରେସନ ହୋଇ ପାରୁନଥିଲେ ଏବଂ ଘରେ ପଡିରହିଥିଲେ । ଦିନକୁ ଦିନ ତାଙ୍କ ରୋଗ ବଢିବାକୁ ଲାଗିଥିଲା।ଟଙ୍କା ଅଭାବରୁ ତାଙ୍କର ଚିକିତ୍ସା ହୋଇପାରୁନଥିଲେ।ଗୀତା ବାରିକ ଏବଂ ଲତା ବାରିକ ସେମାନେ ଦୁଇ ଭଉଣୀ ବଡ ଭଉଣୀ ଲତା ବାରିକ ସ୍ୱାମୀ ପରିତ୍ୟକତା ,ତାଙ୍କର ଦୁଇଟି କୁନି କୁନି ଝିଅଙ୍କୁ ଧରି ଏକ ଭଙ୍ଗା ଚାଳ ଛପର ଘରେ ବହୁ ଦୁଃଖ କଷ୍ଟରେ ବସବାସ କରୁଛନ୍ତି।ତାଙ୍କ ପରିବାରରେ କୌଣସି ପୁରୁଷ ବ୍ୟକ୍ତି ନଥିବାରୁ ତାଙ୍କର ଭଲମନ୍ଦ ବୁଝାସୁଝା କରିବା ପାଇଁ ପାଖରେ କେହି ନଥିଲେ । ଗତ ମାର୍ଚ୍ଚ ୧୪ତାରିଖରେ ଜାଗୃତି ମିଡ଼ିଆରେ ଖବର ପ୍ରକାଶ ପାଇବା ପରେ ଆଜି ଗଳକଣ୍ଠ ରୋଗୀ ଗୀତା ବାରିକ୍ ଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇ ତାଙ୍କର ଗଳକଣ୍ଠ ରୋଗ ଅପେରେସନ କରାଇଛନ୍ତି ।ଏଥିରୁ ଏକ କିଲୋ ଗ୍ରାମର ଟିୟୁମର ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି ।ଏଥିରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳର ମା ମଙ୍ଗଳା ସେବା ସଂଗଠନର ସ୍ଵେଛାସେବୀ ସଦସ୍ୟ ମାନେ ମେଡ଼ିକାଲରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ଏବଂ ତାଙ୍କୁ ଘରୁ ନେଇ ମେଡିକାଲର ସମସ୍ଥ ଦାଇତ୍ୱ ନେଇଛନ୍ତି। ଏବେ ରୋଗୀ ଗୀତା ବାରିକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।ଏଭଳି ସହାୟତା ପାଇଁ ସମଗ୍ର ଜିଲ୍ଲାରେ ଏବଂ ଜିଲ୍ଲା ବାହାରେ ମଧ୍ୟ ମା ମଙ୍ଗଳା ସ୍ବେଚ୍ଛାସେବୀ ସଂଗଠନଙ୍କୁ ବହୁ ପ୍ରଶଂସା କରିଛନ୍ତି ।କଥାରେ ଅଛି ଗରିବକୁ ଭଗବାନ ସାହା ମା ମଙ୍ଗଳା ସ୍ଵେଛାସେବୀ ସଂଗଠନକୁ ଆମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ।ସେ ଏଇ ଭଳି ଲୋକମାନଙ୍କର ସେବା କରୁଥାଅନ୍ତୁ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close