ପଟୁଣିଆରେ ରାଜନୈତିକ ହିଂସା ବଢ଼ୁଛି, କେନ୍ଦ୍ରୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଦାବୀ

ଚଣ୍ଡିଖୋଲ,୧୧/୩ (ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅର୍ନ୍ତଗତ ପଟୁଣିଆ ପଂଚାୟତରେ ନିର୍ବାଚନ ପରବର୍ତୀ ହିଂସା ଓ ଗୁଣ୍ଡାରାଜରେ ବହୁ ଧନ ଜୀବନ ଆଦିର ପ୍ରଭୂତ କ୍ଷତି ଘଟିବାରେ ଲାଗିଛି । କେତେକ ଗୁଣ୍ଡା ଶ୍ରେଣୀର ଲୋକଙ୍କ ଉତ୍ପାତ କ୍ରମେ କ୍ରମେ ବଢ଼ି ବଢ଼ି ଚାଲିଛି । ଶାସକ ଦଳର କର୍ମୀ ବୋଲାଇ ବିଝାଂରପୁରର ବାଚ୍ଛଳ ଘଟଣା ଠାରୁ ଆହୁରି ଗୁରୁତର ହିଂସା କାଣ୍ଡ ଘଟାଇବାକୁ କେତେକ ଅସାମାଜିକ ବ୍ୟକ୍ତି ଦମନଲୀଳା ଚଳାଇଥିଲେ ହେଁ ପୋଲିସ ସବୁ ଜାଣି ବି ଅପରାଧିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ କାଳକ୍ଷେପଣ ନୀତି ଅବଲମ୍ବନ କରିବା ଯୋଗୁ ପରିସ୍ଥିତି ଏହି ଅଂଚଳରେ ବିଷମମୟ ହେବାରେ ଲାଗିଛି । କିଛିଦିନ ତଳେ ବଡ଼ନଛିପୁର ଗ୍ରାମର ଆଲୋକ ସାମନ୍ତରାୟଙ୍କ ମୁଣ୍ଡକୁ ଲୁହା ରଡରେ ବାଡ଼େଇ ଗୁରୁତର କରିଦେଇଥିଲେ । ପୋଲିସ ସେହି ଘଟଣାରେ କୋହଳ ଦଫା ଲଗାଇ ଚୁପ୍ ବସିଥିବା ବେଳେ ଅପରାଧିମାନେ ଅନାୟାସରେ ବୁଲୁଛନ୍ତି ବୋଲି ଆଲୋକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇ ଆସୁଛି । ପୁନଶ୍ଚ, ଏହି ଗ୍ରାମରେ ଆଜି ରାତ୍ର ୧୦ଟା ୩୦ମି ପାଖାପାଖି ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । କେତେକ ଦୁର୍ବୃତ ଏହି ଗ୍ରାମର ମଦନ ଦଳେଇଙ୍କ ବିରି ଗଦାକୁ ନିଆଁ ଲଗେଇ ଦେଇଛନ୍ତି । ସୁଚନାଯୋଗ୍ୟ, ଆଜି ଏହି ପଂଚାୟତରେ ନାଏବ ସରପଂଚ ପାଇଁ ଭୋଟ ଥିଲା । ଏହି ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ତଥା ଡିହନରସିଂହପୁର ଗ୍ରାମର ୱାର୍ଡମେମ୍ବର ସଂଜୟ ଗନ୍ତାୟତ ୮ଟି ଭୋଟ ପାଇଥିବା ବେଳେ ବିଜେଡି ସମର୍ଥିତ ପ୍ରତିଦ୍ୱନ୍ଦୀ ଉମାକାନ୍ତ ରାଉତ ୦୪ଟି ଭୋଟ ପାଇଥିଲେ । ଶାସକ ଦଳର କିଛି ନେତାଙ୍କ ସବୁ ପେଂଚ ପାଂଚ ଫସର ପାଟିଲାରୁ ବିଧାୟକ ଓ ବ୍ଲକ ଅଧ୍ୟକ୍ଷଙ୍କ ପାଖରେ ସେମାନଙ୍କ ପତିଆରା କମିଯିବାର ଆଶଙ୍କା କରି ସେମାନେ କିଛି ୱାର୍ଡମେମ୍ବରଙ୍କୁ ଲୋଭାଣିଆ ଅଫର ଯାଚିବା ସହ ନାନା ଧମକ ମଧ୍ୟ ଦେଇଆସୁଥିଲେ । ହେଲେ ଆଜିର ନିର୍ବାଚନରେ ସେସବୁ କିଛି କାମ ନ ଦେବାରୁ ସେମାନେ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ସମର୍ଥିତ ପ୍ରତିଦ୍ୱନ୍ଦୀଙ୍କୁ ଭୋଟ ଦେଇ ନ ଥିବାର ସନ୍ଦେହ କରି ନଛିପୁରର ୱାର୍ଡମେମ୍ବର ମଦନ ଦଳେଇଙ୍କ ବିରି ଗଦାରେ ନିଆଁ ଲଗାଇ ଦେଇଥିବାର ଜଣାଯାଇଛି । ରାତ୍ରୀ ଅଧିକ ହୋଇଥିବାରୁ ସେଠାକୁ କେହି ଯିବାକୁ ସାହାସ କରିନାହାନ୍ତି । ଦୂରରୁ ରହି ଆମ ନିକଟକୁ ନିଆଁର ଫଟୋ ପଠାଯାଇଛି । ନିର୍ବାଚନ ପରେ ଯେଉଁଭଳି ଭାବେ ଗୁଣ୍ଡାମାନଙ୍କ ଉତ୍ପାତ ବଢ଼ି ବଢ଼ି ଚାଲିଛି ତା’ର ସଠିକ ଦମନ ନ ହେଲେ ଏହି ଶାନ୍ତ ପ୍ରିୟ ଅଂଚଳରେ ଆଉ ରହି ହେବ ନାହିଁ ବୋଲି କେତେକ କହିଥିବା ବେଳେ ଆଉ କେତେକ ଏହିସବୁ ଘଟଣା ଉପରେ କେନ୍ଦ୍ରୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ପାଇଁ ଦାବୀ ଜଣାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close