କଳାକାର ଚୟନକୁ ଶୃଙ୍ଖଳିତ ପରିଚାଳନା ପାଇଁ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ

ଯାଜପୁର, ୧୯ା୧୨ : ଯାଜପୁର ଜିଲ୍ଳ୍‌ାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀ ମାନଙ୍କର ଅଡିସନ ଚଳିତ ମାସ ୨୦ ଓ ୨୧ ତାରିଖରେ ସ୍ଥିର ହୋଇଚ୍ଥି । ଆସନ୍ତା କାଲି ସକାଳ ୧୦ ଘଟିକାରେ ବଡଚଣା, ଧର୍ମଶାଳା, ରସୁଲପୁର, ବରୀ ଓ ଯାଜପୁର ବ୍ଳ୍‌କର କଳାକାରମାନଙ୍କ ପାଇଁ ସଂପୃକ୍ତ ବ୍ଳକ ସମ୍ମିଳନୀ ଗୃହରେ ଓ ୨୧ ତାରିଖ ସକାଳ ୧୦ ଘଟିକା ସମୟରୁ ବରୀ, ଦଶରଥପୁର. ବିଂଝାରପୁର, କୋରାଇ, ଦାନଗଦୀ ଓ ସୁକିନ୍ଦା ବ୍ଳ୍‌କର କଳାକାରମାନଙ୍କ ପାଇଁ ସଂପୃକ୍ତ ବ୍ଳ୍‌କର ସମ୍ମିଳନୀ ଗୃହରେ ଅଡିସନ ବା ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ । ବରୀ ବ୍ଳ୍‌କରେ ୭୦୦ରୁ ଊର୍ଦ୍ଧ୍ୱ କଳାକାର ଥିବାରୁ ଏଠାରେ ଦୁଇଦିନ ଅଡିସନ ହେବ । ପ୍ରଥମ ଦିନ କ୍ରମିକ ସଂଖ୍ୟା ୧ ରୁ ୩୫୦ ଓ ଦ୍ୱିତୀୟ ଦିନ କ୍ରମିକ ସଂଖ୍ୟା ୩୫୧ରୁ ଶେଷ ପର୍ଯ୍ୟନ୍ତ ଚୟନ କରାଯିବ । ଅଡିସନ ପାଇଁ ଯୋଗ୍ୟ ତାଲିକା ପ୍ରତ୍ୟେକ ବ୍ଳ୍‌କ କାର୍ଯ୍ୟାଳୟମାନଙ୍କରେ ପ୍ରଦର୍ଶନ କରାଯାଇଚ୍ଥି । ଆବେଦନ ପତ୍ରଗୁଡିକୁ ଯାଂଚ ପରେ ଉପଯୁକ୍ତ ବିବେଚିତ ଆବେଦନକାରୀମାନେ ସଂପୃକ୍ତ ବ୍ଳ୍‌କ ସମ୍ମିଳନୀ ଗୃହରେ ଉପସ୍ଥିତ ରହି ନିଜର ଦକ୍ଷତା ପ୍ରତିପାଦନ କରିବେ ବୋଲି ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ସୂଚନା ଦେଇଚ୍ଥନ୍ତି । ଏହି ଅଡିସନ ପରେ ଜିଲ୍ଳ୍‌ା ସ୍ତରୀୟ କମିଟି ଦ୍ୱାରା ସର୍ବାଧିକ ବୟସ ଆଧାରରେ ୧୦୧ ଜଣ କଳାକାରଙ୍କୁ ସହାୟତା ପାଇଁ ଚୟନ କରାଯିବ । ତେବେ ଅଡିସନରେ ଯୋଗ୍ୟତା ହାସଲ କରିଥିବା ଅନ୍ୟ କଳାକାରମାନଙ୍କ ତଥ୍ୟ ସଂସ୍କୃତି ବିଭାଗକୁ ପ୍ରେରଣ କରାଯିବ । ଯାହା ପଂଳରେ ଅତିରିକ୍ତ ଲକ୍ଷ୍ୟ ମିଳିବା ସମୟରେ ଆଉ ସଂପୃକ୍ତ କଳାକାରଙ୍କୁ ଆବେଦନ କରିବାକୁ ବା ଅଡିସନ ଦେବାକୁ ପଡିବ ନାହିଁ । ଅର୍ଥାତ ସେହି ଅପେକ୍ଷା ତାଲିକାରୁ ଦକ୍ଷତା ସଂପନ୍ନ କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସାମିଲ କରାଯାଇ ପାରିବ ବୋଲି ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ମଲ୍ଲିକ କହିଚ୍ଥନ୍ତି । କଳାକାରମାନଙ୍କ ଅଡିସନ ସଂପର୍କିତ ଏକ କର୍ମଶାଳା ଅତିରିକ୍ତ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ମଲ୍ଲିକ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ କଳାକାର ଚୟନ ବିଚାରପତିମାନେ ନିରପେକ୍ଷ ଓ ମୁକ୍ତ ଭାବେ ପ୍ରକୃତ କଳାକାରଙ୍କୁ ଚୟନ ପାଇଁ ପରାମର୍ଶ ଦେଇଥିଲେ । ଯେପରି ଜଣେ ପ୍ରକୃତ କଳାକାର ବଂଚିତ ନ ହେଉ କିମ୍ୱା ଅଣ କଳାକାର ସାମିଲ ନ ହେଉ ବୋଲି ସେ ପରାମର୍ଶ ଦେଇଥିଲେ । ଏଥିରେ ସହକାରୀ ଜିଲ୍ଳ୍‌ାପାଳ ତିଳୋତମା ପୃଷ୍ଟି, ତରଣୀସେନ ପଟ୍ଟନାୟକ, ଜିଲ୍ଳ୍‌ା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ, ସମସ୍ତ ବ୍ଳକ କଳା ସଂସ୍କୃତି ସଂଘର ଉପ ସଭାପତି ଓ ଅନ୍ୟାନ୍ୟ ବିଚାରପତି ମାନେ ଯୋଗ ଦେଇଥିଲେ । ଜିଲ୍ଳ୍‌ା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ସରକାରୀ ଗାଇଡଲାଇନ ଅନୁସାରେ ଅଡିସନ ପରିଚାଳନା ପାଇଁ ଅନୁରୋଧ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close