ପ୍ରତିରକ୍ଷା ସେବାରେ ଯୋଗଦାନ ନିମନ୍ତେ ପ୍ରାକ୍ ଚୟନ ତାଲିମ୍ ପ୍ରଶିକ୍ଷଣ ପାଇଁ ପ୍ରସ୍ତୁତି ବୈଠକ

ଯାଜପୁର ; ୧୦/୧୧ (ବ୍ୟୁରୋ) : ଓଡିଶା ଖଣି ଅଂଚଳ ଉନ୍ନୟନ ନିଗମ ( ଓମ୍‌ବାଡିସି) ଯାଜପୁର ଏବଂ ଜିଲ୍ଲା ପ୍ରଶାସନ ଯାଜପୁରଙ୍କ ମିଳିତ ଆନୁକୁଲ୍ୟରେ ସେନାବାହିନୀରେ ଯୋଗ ଦେବା ନିମନ୍ତେ ନିଃଶୁଳ୍କ ପ୍ରାକ୍ ଚୟନ ପ୍ରଶିକ୍ଷଣ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପୁର୍ବାହ୍ନରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସନ୍ତୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓମ୍‌ବାଡିସି କ୍ଷେତ୍ର ସୁକିନ୍ଦା ଓ ଦାନଗଦି ବ୍ଲକରୁ ମୋଟ ୫୦ ଜଣ ଯୋଗ୍ୟ ପ୍ରାର୍ଥିଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ପ୍ରକାଶ କରିଥିଲେ । ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ କିପରି ସମସ୍ତ ପ୍ରାର୍ଥୀ ସେନାବାହିନୀରେ ସୁଯୋଗ ପାଇବେ, ସେଥିପାଇଁ ବିଧିବଦ୍ଧ ତାଲିମ ଏବଂ ଲିଖିତ ପରୀକ୍ଷା ପାଇଁ ଉପଯୁକ୍ତ ପ୍ରଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ବ୍ୟାସନଗର ସସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କୁଶ ଚନ୍ଦ୍ର ପ୍ରଧାନ ଏବଂ କଳିଙ୍ଗ ନଗର ଥାନାଧିକାରୀ ଶ୍ରୀ ସୁଶାନ୍ତ କୁମାର ଦାସ ଙ୍କୁ କାର୍ଯ୍ୟଭାର ନେବା ପାଇଁ ଅନୁରୋଧ କରିଥିଲେ । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସରକାରୀ ନିୟମ ଅନୁଯାୟୀ ସାଧାରଣ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଚୟନ କରାଯିବ । ଏଥିପାଇଁ ଆସନ୍ତା ୧୬.୧୧.୨୦୨୧ରିଖରେ ସୁକିନ୍ଦା ବ୍ଲକର ସୁକିନ୍ଦା ଭବନ ପରିସରରେ ଏବଂ ୧୭.୧୧.୨୦୨୧ ରିଖ ଦାନଗଦି ବ୍ଲକର ଦାନଗଦି ଭବନ ଠାରେ ଚୟନ ପ୍ରକ୍ରିୟା ଦିବା ୧୦ ଘଟିକା ଠାରୁ ଅନୁଷ୍ଠିତ ହେବ । ଦାନଗଦି ଏବଂ ସୁକିନ୍ଦା ଚି.ଏଚ୍‌.ସି ଅଧିନରେ ଥିବା ଡାକ୍ତର ଏବଂ ଉଭୟ ବ୍ଲକର ବି.ଡି.ଓ, ଥାନାଧିକାରୀମାନଙ୍କ ସହିତ ଜିଲ୍ଲା ନିୟୋଜନ ଅଧିକାରୀ ଚୟୟ ପ୍ରକ୍ରିୟାରେ ସହେଯାଗ କରିବେ । ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏହି ତାଲିମ ଶିବିର ଏକ ମାସ ଧରି ଅନୁଷ୍ଠିତ ହେବ । ଏହି ଚୟନ ପ୍ରକ୍ରିୟାରେ ଅଧିକରୁ ଅଧିକ ପ୍ରାର୍ଥୀ ଅଂଶ ଗ୍ରହଣ କରିବାକୁ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୁବାଷ ଚନ୍ଦ୍ର ବେହେରା ଅନୁରୋଧ କରିବା ସହିତ ଅଧିକ ସୂଚନା ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ ନିବେଦନ କରିଛନ୍ତି । ଅଜିର ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଡି. ପଣ୍ଡା, ଯାଜପୁର ରୋଡ୍ ଥାନା ସବ ଇନସ୍ପେକ୍ଟର ଜ୍ୟୋତିରଞ୍ଜନ ମହାପାତ୍ର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଦାନଗଦି ଚି.ଏଚ.ସି ର ଚିକିତ୍ସକ. ଡା. ପ୍ରୟାଗ୍‌ଜିତ୍ ରାଉତରାୟ, ଦାନଗଦି ବ୍ଲକ ବି.ପି.ଏମ. ରବିନ୍ଦ୍ର କୁମାର ଜେନା, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଦିଲିପ କୁମାର ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close