ଯାଜପୁରରେ ଭୋଟର ତାଲିକା ସ୍ୱତନ୍ତ୍ର ଅଭିଯାନ ଦିବସ ଚଳିତ ମାସ ୭ ଓ ୨୧ ତାରିଖରେ

ଯାଜପୁର, ୬ା୧୧: ଯାଜପୁର ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଚଳିତ ନଭେମ୍ବର ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଚ୍ଥି । ଯାହାକି ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ତେବେ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ଚଳିତ ମାସ ୭ ଓ ୨୧ ତାରିଖକୁ ଆୟୁକ୍ତ ଧାର୍ଯ୍ୟ କରିଚ୍ଥନ୍ତି । ଏହି ଦିନ ବୁଥ୍‌ମାନଙ୍କରେ ବି.ଏଲ୍‌.ଓଙ୍କ ଦ୍ୱାରା ଆବେଦନଗୁଡିକୁ ଗ୍ରହଣ ପାଇଁ ନିର୍ବାଚନ ଆୟୁକ୍ତ ନିର୍ଦ୍ଦେଶ ଜାରି କରିଚ୍ଥନ୍ତି ବୋଲି ଉପଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ସୂଚନା ଦେଇଚ୍ଥନ୍ତି । ମତଦାନ ଏକ ସାମ୍ୱିଧାନିକ ଅଧିକାର । ତେବେ ମତଦାନ ସହ ଅନ୍ୟାନ୍ୟ ବିବିଧ କାର୍ଯ୍ୟର ଭୋଟର କାର୍ଡର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଭୋଟ ଦାନ ପାଇଁ ଭୋଟର ତାଲିକାରେ ନାମ ରହିବା ଜରୁରୀ ହୋଇଥିବାରୁ ପ୍ରତି ବର୍ଷ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କରାଯାଇଥାଏ । ୦୧ା୧ା୨୦୨୨କୁ ଯେଉଁମାନଙ୍କୁ ୧୮ ବର୍ଷ ବା ତଦୁର୍ଦ୍ଧ୍ୱ ହୋଇଥିବ ସେମାନେ ସେମାନଙ୍କର ମତ ଦାନ କେନ୍ଦ୍ରମାନଙ୍କରେ ପଂର୍ମ ନମ୍ୱର ୬ ମାଧ୍ୟମରେ ଆବେଦନ କରିପାରିବେ । ସେହିପରି ମୃତ ବା ସ୍ଥାନାନ୍ତର କ୍ଷେତ୍ରରେ ୭ ନମ୍ୱର ପଂର୍ମରେ ବାଦ, ୮ ନମ୍ୱର ପଂର୍ମରେ ସ୍ଥାନାନ୍ତର ଓ ୮’କ’ ମାଧ୍ୟମରେ ନିର୍ବାଚନ ମଣ୍ଡଳୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ପାଇଁ ଆବେଦନ କରିପାରିବେ । ସେହିପରି ୧୪ ରୁ ୧୭ ବର୍ଷ ବୟସର ଚ୍ଥାତ୍ର ଚ୍ଥାତ୍ରୀମାନଙ୍କୁ ଭୋଟରମାନଙ୍କର ଅଧିକାର ଓ ଦାୟିତ୍ୱ ସଂପର୍କରେ ସଚେତନ କରାଯିବ । ଇ.ଏଲ୍‌.ସି. ବା ଇଲେକ୍ଟୋରାଲ ଲିଟେରେସି ବ୍ଳ୍‌କ ମାଧ୍ୟମରେ ବୁବ ଭୋଟରମାନଙ୍କୁ ସେମାନଙ୍କ ଦାୟିତ୍ୱ ଓ ଭୋଟର ତାଲିକାରେ ସାମିଲ ପାଇଁ ସଚେତନ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଚ୍ଥାତ୍ର ଚ୍ଥାତ୍ରୀ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ, ରଚନା ଇତ୍ୟାଦି ଦ୍ୱାରା ଭୋଟର ସଚେତନତା ସୃଷ୍ଟି ପାଇଁ ପ୍ରତିଯୋଗିତାମାନ ଆୟୋଜନ କରାଯାଇ ଶ୍ରେଷ୍ଠ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯିବ । ଅଭିଯୋଗ, ସହଯୋଗ ପାଇଁ ଟୋଲ୍ ପ୍ରିଂ ନମ୍ୱର ୧୯୫୦ର ସହାୟତା ନିଆଯାଇ ପାରିବ । ଚଳିତ ସଂଶୋଧନ କାର୍ଯ୍ୟରେ ଗୋଟିଏ ଆବେଦନ ଗୋଟିଏ ମୋବାଇଲ ନମ୍ୱର ବ୍ୟବସ୍ଥା ସହ ଡାକ ଦ୍ୱାରା ଭୋଟର କାର୍ଡ ଗୁଡିକୁ ପ୍ରେରଣ କରାଯିବାର ବ୍ୟବସ୍ଥା ହୋଇଚ୍ଥି ବୋଲି ଉପଜିଲ୍ଲାପାଳ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ ଯେ, ବର୍ତମାନ ଜିଲ୍ଲାର ୧୬୧୯ଗୋଟି ବୁଥ୍‌ରେ ୧୪,୮୧,୨୨୯ ଜଣ ଭୋଟର ରହିଚ୍ଥନ୍ତି । ଏଥିରେ ୮,୬୮,୪୫୪ ପୁରୁଷ, ୭,୧୨,୭୧୭ ମହିଳା ଓ ୫୮ ଅନ୍ୟାନ୍ୟ ଭୋଟର ରହିଚ୍ଥନ୍ତି ବୋଲି ନିର୍ବାଚନ ବିଭିଗ ସୂତ୍ରରୁ ପ୍ରକାଶ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close