ଯାଜପୁର ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ

ଯାଜପୁର; ୨୭/୦୯ (ବ୍ୟୁରୋ): କିଷାନ ମୋର୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ସ୍ଥଳେ ଯାହାର ପ୍ରଭାବ ଯାଜପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ବନ୍ଦ ପାଳନରେ ବିଭିନ୍ନ କୃଷକ ସଂଗଠନ, ବାମପନ୍ଥୀ ଦଳ ଓ କଂଗ୍ରେସ ସାମିଲ ହୋଇଛନ୍ତି । ସକାଳ ୬ରୁ ଅପରାହ୍ଣ ୪ ଯାଏଁ ୧୦ ଘଂଟିଆ ବନ୍ଦ ଡାକରାକୁ ଓଡିଶାର କଂଗ୍ରେସ ସମେତ ୭ଟି ରାଜନୈତିକ ଦଳ ସମର୍ଥନ ଜଣାଇଥିଲେ। ରାଜନୈତିକ ଦଳ ସହ କୃଷକ ସଂଗଠନ ଓ ସାମାଜିକ ସଂଗଠନ ସମର୍ଥନ ଜଣାଇଥିବାରୁ ବନ୍ଦର ପ୍ରଭାବ ସମ୍ୟକ ଦେଖାଯାଇଥିଲା। ଜିଲ୍ଲାର ଚଣ୍ଡିଖୋଲ ଛକରେ ଭାରତବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀ ପିକେଟିଂ କରି ରେଳ ରୋକ, ରାସ୍ତା ଅବରୋଧ କରୁଥିବା ଦେଖା ଯାଇଛି । ଦୋକାନ ବଜାର ବନ୍ଦ କରିବାକୁ ଚେଷ୍ଟା ଚଳାଇଛନ୍ତି ଆନ୍ଦୋଳନକାରୀ । ତେବେ ଅତ୍ୟାବଶ୍ୟକ ସେବା ବନ୍ଦ ପାଳନରୁ ବାଦ ଦିଆଯାଇଛି । ଚଣ୍ଡିଖୋଲ ଛକରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି ।ଯାହା ଫଳରେ ଗାଡି ମଟର ଚଳାଚଳ ପ୍ରଭାବିତ ହୋଇଛି । କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ରାସ୍ତାକୁ ଓହ୍ଲାଇଛି ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟି । ସଂଗଠନର ଅଳ୍ପ କେତେକ କର୍ମକତା ହାତରେ ବ୍ୟାନର ଧରି ରାସ୍ତାରେ ଧାରଣା ଦେଇଛନ୍ତି । ତେବେ ବନ୍ଦର ସେଭଳି ପ୍ରଭାବ ପରିଲିଖିତ ହୋଇନାହିଁ । ଅନ୍ୟାନ୍ୟ ରାଜନୈତିକ ଦଳ ବନ୍ଦକୁ ସମର୍ଥନ ଜଣାଇଥିଲେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇନଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ତିନି କୃଷି ବିଲକୁ ବିରୋଧ କରି କୃଷକ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆ ଯାଇଛି । ଚଣ୍ଡିଖୋଲ, ଜାରକା, ବାଲିଚନ୍ଦ୍ରପୁର, ଛତିଆ ଛକ ଠାରେ ବିଭିନ୍ନ ସଂଗଠନ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରିବା ସହ କେନ୍ଦ୍ର ବିରୋଧୀ ନାରାବାଜି ଦିଆ ଯାଉଛି । ବନ୍ଦକୁ ଚଣ୍ଡିଖୋଲ ବ୍ୟବସାୟୀ ସଙ୍ଘ ପକ୍ଷରୁ ସହଯୋଗ କରାଯାଇ ଥିବା ବେଳେ କେନ୍ଦ୍ର ସରକାର କୃଷି ବିଲ୍ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଏହି ଭଳି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଂଗଠନ ପକ୍ଷରୁ ଚେତାବନୀ ଦିଆ ଯାଇଛି ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close