ଯାଜପୁର ଜିଲ୍ଲା ସ୍ତରୀୟ ସଦ୍‌ଭାବନା ଦିବସ ପାଳିତ

ଯାଜପୁର, ୧୯ା୮: ଯାଜପୁର ଜିଲ୍ଲା ସ୍ତରୀୟ ସଦ୍‌ଭାବନା ଦିବସ ଆଜି ଗୁରୁବାର ପୂର୍ବାହ୍ନରେ ପାଳିତ ହୋଇଯାଇଚ୍ଥି । ଭାରପ୍ରାପ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିବସରେ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ସଦ୍‌ଭାବନା ପାଇଁ ଶପଥ ପାଠ କରାଯାଇଥିଲା । ଜାତି, ଧର୍ମ, ସମ୍ପ୍ରଦାୟ. ଅଂଚଳ ଅଥବା ଭାଷାର ଭେଦଭାବ ନ ରଖି ଆମେ ସମସ୍ତେ ଭାରତବାସୀ ଏକ ଓ ଅଭିନ୍ନ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଉରିଆ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ଦଶରଥପୁର ବି.ଡି.ଓ, ନାରାୟଣ ଚନ୍ଦ୍ର ନାୟକ, ଯାଜପୁର ବି.ଡି.ଓ, ସୈାରଭ ଚକ୍ରବର୍ତୀ, ବିଂଝାରପୁର ବି.ଡି.ଓ, ମିନତୀ ଜଗଦେବ, ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଶପଥ ପାଠ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସଦ୍‌ଭାବନା ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିବା ସହ ଶପଥ ପାଠ କରାଇଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସ ୨୦ ଅଗଷ୍ଟକୁ ରାଷ୍ଟ୍ରୀୟ ସଦ୍‌ଭାବନା ଦିବସ ଭାବେ ପାଳନ କରାଯାଇଆସୁଚ୍ଥି । ତେବେ ଚଳିତ ବର୍ଷ ୨୦ ଅଗଷ୍ଟ ମହରମ୍ ପାଇଁ ଚ୍ଥୁଟି ଥିବାରୁ ସରକାରଙ୍କ ନିର୍ଦ୍ଦେଶ କ୍ର୍ରମେ ଆଜି ଅଗଷ୍ଟ ୧୯ ତାରିଖରେ ଏହା ପାଳିତ ହୋଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close